ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ

ଭଞ୍ଜନଗର,(ବବି ରଥ):-

ଓଡିଶା ସରକାର ଙ୍କ ସମସ୍ତ ସହରାଞ୍ଚଳ ରେ ପାଳନ କରାଯାଇଛି ସ୍ୱାୟତ୍ତ ଶାସନ ଦିବସ. ବିଶେଷ କରି ବହୁ ପୁରାତନ ସହର ତଥା ବିଶ୍ଵକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ନାମରେ ନାମିତ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ କିଏ ବା ନଜାଣେ, ଏହି ଦିବସରେ ପ୍ରତେକ ବର୍ଷ ଭଳି ଏବର୍ଷ ମଧ୍ୟ୍ୟ ପ୍ରାତଃ ସମୟ ରେ ରାମଧୁନ ସହ ସମସ୍ତ ନୂତନ /ପୁରାତନ କର୍ମଚାରୀ ଙ୍କ ସହ ଜନ ପ୍ରତିନିଧି, ଅଧିକାରୀ ଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତୋଳନ କରି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ କରାଯାଇ,ସନ୍ଦ୍ୟା ସମୟ ରେ ଦ୍ୱୀପ ପ୍ରଜ୍ୱଳ ନ, ଭଜନ ସନ୍ଧ୍ୟା ସହ ପୂର୍ବ ପ୍ରସ୍ତୁତି ରେ ଭାଗ ନେଇଥିବା -ରଚନା, ବକୃତା, ଚିତ୍ରାଙ୍କନ, ଏକକ ନୁର୍ତ୍ୟ, ଦଳଗତ ନୁର୍ତ୍ୟ, ଅଭିନୟ, ଗୀତ, ଫୁଟବଲ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା ସ୍ଥାନୀୟ ପ୍ରଶାସନ ଅଧିକାରୀ ମାନଙ୍କ ଗହଣ ରେ.ବିଶେଷ ଆକର୍ଷଣ ଦେଖିବାକୁ ମିଳିଥିଲା ରାଜ୍ୟ ସରକାର ଙ୍କ ତରଫରୁ ଉପହାର ସ୍ୱରୂପ ଏହି ବିଜ୍ଞାପିତ ଅଞ୍ଚଳ କୁ ମୁନ୍ସିପାଲଟି ର ମାନ୍ୟତା. ଅଞ୍ଚଳବାସୀ ଙ୍କ ତରଫରୁ ବହୁତ ଦିନ ର ଆଶାକୁ ପୂର୍ଣ୍ଣ କରିଥିବା ମୋହନ ସରକାରଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଥିଲେ ଅଞ୍ଚଳ ର ସମସ୍ତ ଜନସାଧାରଣ.

Smart Computer Ad
You might also like
error: Content is protected !!