ଗଞ୍ଜାମ,(ବବି ରଥ):-
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ଠାରେ ଓଡିଶା ରାଜ୍ୟ ର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ 30ଓ 31ଅଗଷ୍ଟ 2025 ବର୍ଷ ପାଇଁ ସମସ୍ତ ନୂତନ/ପୁରାତନ ଛାତ୍ର-ଛାତ୍ରୀ ମାନଙ୍କ ଉପସ୍ଥିତି ରେ ମହାଡମ୍ବର ରେ ପାଳନ କରାଯାଇଛି. ଓଡିଶା ସରକାରଙ୍କ ବରିଷ୍ଟ ମନ୍ତ୍ରୀ, ବିଧାୟକ, ABVP ର ରାଜ୍ୟ କାର୍ଯ୍ୟ କର୍ତ୍ତା ମାନଙ୍କୁ ନେଇ ଗ୍ରାମ ମଣ୍ଡଳ ରୁ ଜିଲ୍ଲା ଏବଂ ରାଜ୍ୟ ଯୁବ ସଂଗଠକ ମାନଙ୍କ ଉପସ୍ଥିତି ରେ ବହୁ ପୁରାତନ କର୍ମକର୍ତା ତଥା ସାଙ୍ଗଠନିକ ଦକ୍ଷତା ଥିବା ସମସ୍ତ ଙ୍କ ଉପସ୍ଥିତି ରେ ପୂର୍ବ ଅନୁଭୂତି ସହିତ ଆଗାମୀ ଦିବସ ରେ କିଭଳି ସଂଗଠନ କୁ ମଜବୁତ କରିବା ପୁଣି ରାଷ୍ଟ୍ର ନିର୍ମାଣ ରେ ସାହାର୍ଯ୍ୟ, ସହଯୋଗ ଓ କର୍ତ୍ତବ୍ୟ କୁ କିଭଳି ପାଳନ କରାଯିବ ତାହା ସମସ୍ତ ଙ୍କ ଜ୍ଞାନ, ଚରିତ୍ର, ଏକତା କୁ ଦୃଷ୍ଟି ରେ ରଖି ସମସ୍ତେ ଶପଥ ନେଇ ଆଗାମୀ ବୈଠକ ପୂର୍ବରୁ ନିଜକୁ ପ୍ରସ୍ତୁତ ପାଇଁ ବିଚାର ବିମର୍ଶ ସହ ମାନସ ମନ୍ଥନ କରାଯାଇଥିଲା.
