ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବିନା ଚାକିରୀ କିମ୍ବା ପଦୋନ୍ନତି ନାହିଁ, ଶିକ୍ଷକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଶିକ୍ଷକଙ୍କ ପାଇଁ ବଡ଼ ଖବର। ଶିକ୍ଷକଙ୍କୁ ନେଇ ସୋମବାର ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏବେ ଶିକ୍ଷକଙ୍କୁ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଟିଇଟି ପାସ୍ କରିବା ବାଧ୍ୟତାମୂଳକ। ଏହା ପାସ୍ କରିବା ପରେ ଯାଇ କୌଣସି ଶିକ୍ଷକ ନିଜର ପ୍ରମୋଶନ୍ ପାଇପାରିବେ। ଯେଉଁ ଶିକ୍ଷକଙ୍କର ୫ ବର୍ଷରୁ କମ୍ ଚାକିରୀ ରହିଛି,ସେମାନେ ଟିଇଟି ପାସ୍ ନକରି ମଧ୍ୟ ପଢାଇ ପାରିବେ, କିନ୍ତୁ ଏହି ସମୟରେ ତାଙ୍କୁ ପ୍ରମୋସନ୍ ମିଳିବନି।ଯେଉଁ ଶିକ୍ଷକଙ୍କ ଚାକିରୀ ୫ ବର୍ଷରୁ ଅଧିକ ରହିଛି, ତାଙ୍କୁ ୨ ବର୍ଷ ଭିତରେ ଟିଇଟି ପାସ୍ କରିବାକୁ ହେବ। ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଶିକ୍ଷାଦାନ ପାଇଁ ବାଧ୍ୟତାମୂଳକ TET ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

Smart Computer Ad
You might also like
error: Content is protected !!