ବ୍ରହ୍ମପୁରରେ ଗ୍ରୀନଫିଲ୍ମ ବିମାନ ବନ୍ଦର ପ୍ରତିଷ୍ଠା କର ଓ.ଡ଼ି.ଏଫ

ବ୍ରହ୍ମପୁର,(ବିଚିତ୍ରସାହୁ):-

ବ୍ରହ୍ମପୁର ଶିକ୍ଷା,ସ୍ୱାସ୍ଥ୍ୟ,ପର୍ଯ୍ୟଟନ,ଗମନା ଗମନ, କଳ କାରଖାନା ଏବଂ ରୋଜଗାର କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସଂସ୍କୁତିସମ୍ପର୍ଣ୍ଣ ସହର, ବାଣିଜ୍ୟର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହରରେ ଘରୋଇ,କାରଗୋ ସବୁଦିନିଆ ଗ୍ରୀନଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ନେଇ,ଓଡ଼ିଶା ଡେଭେଲପମେଣ୍ଟ ଫୋରମ ତରଫରୁ ଏକ ପ୍ରତିନିଧି ଦଳ ନୂତନ ଭାବେ ଦାୟିତ୍ୱ ନେଇଥିବା ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ l ବ୍ରହ୍ମପୁର ବିମାନବନ୍ଦର କାମ ଦୀର୍ଘ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ କାମରେ ଅଗ୍ରଗତି କାହିଁକି ହେଉନି ତାରି ଉପରେ ପ୍ରଶାସନିକ ସ୍ତରରେ ଆଲୋଚନା କରି, ବିମାନ ବନ୍ଦର କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ ଅନୁରୋଧ କରିଥିଲେ l ଭୌଗଳିକ ସୀମାରେଖା ଏବଂ ଲୋକସଂଖ୍ୟା ଦୃଷ୍ଟିରୁ ଦକ୍ଷିଣ ଓଡ଼ିଶା ଏବଂ ପଡ଼ୋଶୀ ଉତ୍ତର ଆନ୍ଦ୍ରପ୍ରଦେଶ ଲୋକଙ୍କ ବିମାନ ସେବାର ସୁଭିଧା ପାଇଁ,ବ୍ରହ୍ମପୁରରେ ଗ୍ରୀନଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠାର ଆବଶ୍ୟକତା ଅଛି l ତେଣୁ ସରକାର ଏହି କ୍ଷେତ୍ରରେ ଉଦାସୀନତା ନଦେଖାଇ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ମଧ୍ୟ ଆଲୋଚନା ହେଉଛି lଆଜିର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପ୍ରତିନିଧି ମଣ୍ଡଳୀରେ ସମ୍ପାଦକ ଭି.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ମାନସ ପାତ୍ର, ଆଦିତ୍ୟ ନାରାୟଣ ରଥ, ପ୍ରବୀଣ ପଟ୍ଟନାୟକ, ରମେଶ ସାହୁ,ପ୍ରକାଶ ଭାଜନୀ,ବାସୁଦେବ ବିଷୋୟୀ, ହୃଷିକେଶ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Smart Computer Ad
You might also like
error: Content is protected !!