ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ଉପଯୁକ୍ତ ସମ୍ମାନ ରାଜ୍ୟ ସରକାର ପ୍ରଦାନ କରିନାହାନ୍ତି108 ତମ ଜୟନ୍ତୀ ଉତ୍ସବରେ ବିଭିନ୍ନ ବକ୍ତାଙ୍କ ଉଦବୋଧନବ୍ର

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସେମାନଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଗଞ୍ଜାମ ଜିଲାରେ ଜନ୍ମ ଗ୍ରହଣ କରିଥିବା ଦୁଇ ପୂର୍ବତନ ନିଷ୍କାମ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ଓ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଉନାହିଁ । ରାଜଧାନୀରେ ଉଭୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇନଥିବା ଏବଂ ସେମାନଙ୍କ ଜୟନ୍ତୀ ପାଳନ କରାଯାଉନଥିବା ଘଟଣା ଅତ୍ୟନ୍ତ ଉଦବେଗଜନକ ବୋଲି ବିନାୟକ ଆଚାର୍ଯ୍ୟଙ୍କ 108ତମ ଜୟନ୍ତୀ ଅବସରରେ ଗଞ୍ଜାମ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ସଭାରେ ବକ୍ତାମାନେ ପ୍ରକାଶ କରିଛନ୍ତି ।ଗଜପତି ନଗର 5ମ ଗଳି ସ୍ଥିତ ମହାନଗର ନିଗମ ପାଠାଗାରରେ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ 108 ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ରାଜନୀତି ବିଭାଗ ପ୍ରଫେସର ଡ. ବିଷ୍ଣୁ ଚରଣ ଚୌଧୁରୀ, ସମ୍ମାନିତ ଅତିଥ ଭାବେ ନବୀନ ସମ୍ପାଦକ ରବି ରଥ ଓ ବ୍ରହ୍ମପୁର ପୂର୍ବତନ ବିଧାୟକ ଡ଼ା, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନୟକ ଓ ସ୍ଥାନୀୟ କର୍ପୋରେଟର ସମିର କୁମାର ମିଶ୍ର ଯୋଗ ଦେଉଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ସ୍ଵର୍ଗତ ବିନାୟକ ଆଚାର୍ଯ୍ୟଙ୍କ ସଂସ୍କାରିତନୀତି, ନୈତିକତାପୂର୍ଣ୍ଣ ବିଦ୍ୟାର୍ଥୀ ଜୀବନ, ସମର୍ପିତ ସମାଜସେବା, ଅନ୍ଧବିଶ୍ଵାସ ଓ କୁସଂସ୍କାର ବିରୋଧରେ ଜନ ଜାଗରଣ, ସାମାଜିକ ଜୀବନରେ ଶୃଙ୍ଖଳା ଓ ସଂସ୍କାର ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ଓ ସଂସ୍କାରବାଦୀ ସଂଗଠନ ମିଳିତ ଆନୁକୂଲ୍ୟରେ ଶନିବାର ସକାଳ ସମୟରେ ଆସ୍କାରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଥିବା ପ୍ରତିମୂର୍ତ୍ତିର୍ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂସ୍କାରବାଦୀ ସଂଗଠନ ସଭାପତି ତ୍ରିନାଥ ମହାରଣା, ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟ ସମ୍ପାଦକ ଡ. ଶିବପ୍ରସାଦ ମିଶ୍ର, ଶିକ୍ଷାବିତ୍‌‍ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଅଶୋକ ଦଳାଇ, ସାହିତ୍ୟିକ ହାଡ଼ବନ୍ଧୁ ମାଳି, ସୁବାଷ ଚନ୍ଦ୍ର ମିଶ୍ର, ସୀମାଞ୍ଚଳ ସାହୁ, କବିରାଜ ସାଇଁ, ଅଶୋକ ଦଳାଇ, ସଞ୍ଜୟ କୁମାର ତ୍ରିପାଠୀ, ଶିବ ପ୍ରସାଦ ମିଶ୍ର ଓ ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ରାଜେନ୍ଦ୍ର ପଣ୍ଡାସଭାପତି, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ, ବ୍ରହ୍ମପୁର

Smart Computer Ad
You might also like
error: Content is protected !!