ଯୋଗ୍ୟ ବିବେଚିତ କଣ୍ଟିଲୋ କୁ ଏନ ଏ ସି ଘୋଷଣା ରେ ବାଦ ପଡିଥିବାରୁ ତୀବ୍ର ପ୍ରତିକ୍ରିୟା         ଖଣ୍ଡପଡା ବ୍ଳକ ଅନ୍ତର୍ଗତ

ନୟାଗଡ,(ପ୍ରଭାକର ଶିରୋମଣି):-

କଣ୍ଟିଲୋ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ ରେ ମହାପ୍ରଭୁ ଶ୍ରୀ ନୀଳମାଧବ ବିଦ୍ୟମାନ। କଣ୍ଟିଲୋ ଗ୍ରାମ ପଞ୍ଚାୟତ ଓଡ଼ିଶାରେ ଜନବହୁଳ ଏକକ ପଞ୍ଚାୟତ ଭାବେ ବେଶ୍ ପରିଗଣିତ । ହାତ ତିଆରି କଂସା ବାସନ ଉତ୍ପାଦନ ଠାରୁ ଆରମ୍ଭ କରି ବାଣିଜ୍ୟ , ଶିଳ୍ପ , ଚାଷ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଅଛି । ୨୦ ହଜାର ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କଣ୍ଟିଲୋ ଗ୍ରାମ ପଞ୍ଚାୟତ ରାଜ୍ୟର ବୃହତ୍ତମ ପଞ୍ଚାୟତ lରାସ୍ତା ଘାଟ,ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ପ୍ରତ୍ୟେକ କ୍ଷେତ୍ରରେ ପାରିଦର୍ଶୀତା ଲାଭ କରିଥିଲା ବେଳେ କଣ୍ଟିଲୋ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମାନ୍ୟତା ଦେବାପାଇଁ କଣ୍ଟିଲୋ ନାଗରିକ ମଞ୍ଚ ଓ ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦୨୨ ମସିହାରେ ଲିଖିତ ଭାବେ ସମସ୍ତ ଆବଶ୍ୟକ କାଗଜପତ୍ର ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ତତ୍କାଳୀନ ରାଜ୍ୟ ସରକାର ଙ୍କୁ ଦାଖଲ କରାଯାଇଥିଲା ଓ ଏହି ପରିପ୍ରେକ୍ଷୀରେ ପୂର୍ବତନ ସରକାର କଣ୍ଟିଲୋ କୁ ଏନ ଏ ସି ଘୋଷଣା କରିଥିଲେ l             . ଏହି ପରିପ୍ରେକ୍ଷୀରେ ଗତ ବିଧାନସଭା ସାଧାରଣନିର୍ବାଚନ ରେ ବିଜେପି ପକ୍ଷରୁ ନିର୍ବାଚିତ ସଭ୍ୟ ଦୁଷ୍ମନ୍ତ କୁମାର ସ୍ବାଇଁ କଣ୍ଟିଲୋ ଐତିହ୍ୟକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ମନ୍ତ୍ରୀ ଓ ବିଭାଗୀୟ ସଚିବ ମାନଙ୍କୁ ଅବଗତ କରାଇ ନୀଳମାଧଵ ପୀଠ କଣ୍ଟିଲୋ କୁ ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ସହିତ କଣ୍ଟିଲୋକୁ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ଘୋଷଣା କରିବାକୁ ଦୃଢ଼ ଦାବି କରି ଆସୁଥିଲେ l ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଚେଷ୍ଟାରେ ଗତ ମାର୍ଚ୍ଚ ୨୪ ତାରିଖରେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଣ୍ଟିଲୋ ଗସ୍ତରେ ଆସି ଶ୍ରୀ ନୀଳମାଧଵ ଙ୍କୁ ଦର୍ଶନ କରି ଫେରିଯିବା ପରେ ପରେ ଓଡିଶା ର ନୟାଗଡ ଜିଲ୍ଲା କଣ୍ଟିଲୋ ପର୍ଯ୍ୟଟନ ସ୍ଥଳୀ ନୀଳମାଧଵ ପୀଠର ଖ୍ୟାତି ସମଗ୍ର ବିଶ୍ୱ ରେ ଚହଳ ପକାଇ ଦେଇଥିଲା l             ସାଧାରଣ ଜନତାଙ୍କ ବିଶ୍ୱାସ ଭାଜନ ହେବା ସହ କଣ୍ଟିଲୋ କୁ ଦେଇଥିଲା l       କଣ୍ଟିଲୋ. ପୃଷ୍ଠା ୨( ଯୋଗ ହେବ)              ସାଧାରଣ ଜନତାଙ୍କ ବିଶ୍ୱାସ ଭାହେବାସହ କଣ୍ଟିଲୋ କୁ ପ୍ରଥମ ଘୋଷଣାରେ ଏନଏସି ର ସ୍ଥାନ ନମିଳିବାରୁ ଅଞ୍ଚଳବାସୀ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି lଏହି ପରିପ୍ରେକ୍ଷୀରେ ଏନ୍ଏସି ଘୋଷଣା ପାଇଁ  ସମସ୍ତ ପ୍ରକାର ଯୋଗ୍ୟତା ଥିବା ବେଳେ କଣ ପାଇଁ  କଣ୍ଟିଲୋ କୁ ସରକାର ଅଣ ଦେଖା କରିଲେ ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।            ସୂଚନା ଯୋଗ୍ୟ ରାଷ୍ଟ୍ରପତି,ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ କଣ୍ଟିଲୋର ଐତିହ୍ୟ ସମ୍ପନ୍ନ ହାତତିଆରି କଂସା ବାସନ ଦେଖି କାରିଗର ମାନଙ୍କ ପ୍ରଶଂସା କରିଥିଲେ ଓ ବହୁତ୍ ଖୁସି ବ୍ୟକ୍ତ କରିଥିଲେ। କଣ୍ଟିଲୋ କୁ କଣ ପାଇଁ ବାରମ୍ବାର ଉପେକ୍ଷିତ କରାଯାଉଛି ବୁଝା ପଡୁନି ।               ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧୬ ତାରିଖରେ ବିଧାନ ସଭା ବଜେଟ ଅଧିବେଶନ ରେ ” କଣ୍ଟିଲୋ ହେଲା ଐତିହ୍ୟ କ୍ରାଫ୍ଟ ଓ ବୁଣାକାର ଗ୍ରାମ ” ବୋଲି ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଥିଲେ ମଧ୍ୟ କଣ୍ଟିଲୋ କୁ କାହିଁକି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାରୁ ବଞ୍ଚିତ କଲେ ଏହା ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଆବଶ୍ୟକ ହେଲେ ହକ ଦାବି ପାଇଁ କଣ୍ଟିଲୋ ଜନସାଧାରଣ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ବିଶିଷ୍ଟ ଓ ବୁଦ୍ଧିଜୀବୀ ବ୍ୟକ୍ତି ମାନେ ପ୍ରସ୍ତୁତ ହେଉଥିବା ଜଣାଯାଇଛି. l ତେଣୁ ଏ ଦିଗରେ ମାନ୍ୟବର. ଖଣ୍ଡପଡା ବିଧାୟକ ଶ୍ରୀ ସ୍ୱାଇଁ ଏଥିପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଦାବି ହେଉଛି l                   .

You might also like
error: Content is protected !!