ଶ୍ରୀଗଣେଶଙ୍କ ଜନ୍ମ କାହାଣୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପ୍ରାଚୀନକାଳରେ ଏକ ଦିନ ଦେବୀ ପାର୍ବତୀ ନିଜ ଶରୀରର ମାଟି ଆଉ ଚନ୍ଦନ ମିଶାଇ ଗୋଟିଏ ଶିଶୁ ପୁଅ ତିଆରି କଲେ । ତାଙ୍କର ମାୟା ଶକ୍ତି ଦ୍ଵାରା ସେହି ପୁଅକୁ ପ୍ରାଣ ଦେଲେ ଓ କହିଲେ,“ତୁମେ ମୋ ପୁଅ, ମୋ ରକ୍ଷାକାରୀ” ।ସେ ନାଁ ରଖିଲେ — ଗଣେଶ ।ଦେବୀ ପାର୍ବତୀ ସ୍ନାନକୁ ଯାଉଥିବାବେଳେ ଗଣେଶଙ୍କୁ ଦରଜାରେ ରଖି କହିଲେ —“ମୁଁ ଆସିବାପର୍ଯ୍ୟନ୍ତ ଆଉ କାହାକୁ ଭିତରକୁ ପ୍ରବେଶ କରିବା ଦିଅନି।”ଏହି ମଧ୍ୟରେ ଶିବଜୀ ଧ୍ୟାନରୁ ଫେରିଲେ । ଗଣେଶ ଶିବଙ୍କୁ ଚିହ୍ନିଲେ ନାହିଁ ଓ ସେଠାରେ ରୋକିଲେ । ଶିବଗଣ ଗଣେଶଙ୍କ ସହ ଯୁଦ୍ଧ କଲେ, ଶେଷରେ ଶିବ ତୃଶୂଳ ଦ୍ୱାରା ଗଣେଶଙ୍କ ମୁଣ୍ଡ କାଟିଦେଲେ ।ଦେବୀ ପାର୍ବତୀ ଫେରି ଦେଖି ଭୟଙ୍କର କ୍ରୋଧିତ ହେଲେ ଓ ସମସ୍ତ ବ୍ରହ୍ମାଣ୍ଡ କୁ ନାଶ କରିବାକୁ ଲାଗିଲେ । ଶିବ ତାକୁ ଶାନ୍ତ କରି, ଆଦେଶ ଦେଲେ:> “ପୃଥିବୀ ଉପରେ ଯେଉଁ ପ୍ରାଣୀ ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୋଇଥାଏ, ସେଥିରୁ ମୁଣ୍ଡ କାଟି ଆଣ।”ଶିବଗଣ ଜଙ୍ଗଲକୁ ଗଲେ, ଏବଂ ଏକ ଶିଶୁ ହାତୀକୁ ଦେଖିଲେ, ଯେଉଁଟି ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୋଇଥିଲା । ସେହିର ମୁଣ୍ଡ କାଟି ନେଇ ଗଣେଶଙ୍କ ଦେହରେ ଲଗେଲେ । ଗଣେଶ ପୁନଃଜୀବିତ ହେଲେ।ଶିବଜୀ ଘୋଷଣା କରିଲେ —> “ଏଇ ପୁଅ ହେଉଛନ୍ତି ବିଘ୍ନୱିନାଶକ ଗଣେଶ । ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭରୁ ପୂର୍ବରୁ ଏହାଙ୍କ ପୂଜା କରିବା ଅବଶ୍ୟକ । ସେ ଆଦିପୁଜ୍ୟ, ଗଣନାୟକ ଓ ବୁଦ୍ଧିର ଦେବତା ହେବେ।”

You might also like
error: Content is protected !!