ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)
ଚିକିଟି ତହସିଲ ଓ ଉପ-ନିବନ୍ଧ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ରୂପେ ଦଲାଲ ମାନଙ୍କ କବଜା ରେ ରହିଛି l ତହସିଲ କାର୍ଯ୍ୟାଳୟ ରେ ଜମିପଟ୍ଟା, ସିମା ନିର୍ଦ୍ଧାରଣ,ମାଜିଷ୍ଟ୍ରେଟ ଙ୍କ ଦ୍ୱାରା ହେଉଥିବା ସତ୍ୟପାଠ,ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର,ରାଜସ୍ବ ମାମଲା ର ପ୍ରାମାଣିକ ପ୍ରତିଲିପି ବାହାର କରିବା ସେହିପରି ଉପ -ନିବନ୍ଧ କାର୍ଯ୍ୟାଳୟ ରେ ଜମି କ୍ରୟ ଓ ବିକ୍ରୟ ଦସ୍ତାବେଜ,ଇଛାପତ୍ର ଓ ବିବାହ ପଞ୍ଜିକରଣ ଇତ୍ୟାଦି ସ୍ଥାନୀୟ ଦଲାଲ ମାନଙ୍କୁ ନ ଧରିଲେ କିଛିକାମ ହେଉ ନାହିଁ l ଏମାନଙ୍କ ମଧୁଚନ୍ଦ୍ରିକା ସ୍ଥାନୀୟ କିରାଣୀ ଓ ତହସିଲଦାର ଙ୍କ ସହିତ ରହିଛି ବୋଲି ଅଭିଯୋଗ ହେଉଛି l ଏମାନେ ମୋଟା ଅଙ୍କର ଟଙ୍କା ଜନସାଧାରଣ ଙ୍କ ଠାରୁ ଲୁଟୁଛନ୍ତି l ଏମାନଙ୍କ ତହସିଲ ଓ ଉପ -ନିବନ୍ଧ କାର୍ଯ୍ୟାଳୟ ଭିତରକୁ ଅବାଧ ପ୍ରବେଶ ରହୁଛି l ଯେଉଁ କାମ ଆଇନଜୀବୀ ମାନଙ୍କ ଙ୍କ ଦ୍ୱାରା ହେବାକଥା ସେ କାମ ଗୁଡିକ ଦଲାଲ ମାନଙ୍କ ଦ୍ୱାରା ଅଭିଯୋଗ ହୋଇଛି l ଗଞ୍ଜାମ ଓକିଲ ସଭାପତି ମୋନଜ ପଟ୍ଟନାୟକ ଗଞ୍ଜାମ ଜିଲ୍ଲପାଳ ଙ୍କୁ ଘଟଣା ଦିଗରେ ନଜରକୁ ଆଣିଛନ୍ତି l ଚିକିଟି ତହସିଲ ଓ ଉପ -ନିବନ୍ଧ କାର୍ଯ୍ୟଳୟ ର ପରିସର ଭିତରୁ ଦଲାଲ ମାନଙ୍କ ଅବାଧ ପ୍ରବେଶ କୁ ବନ୍ଦ କରାଯାଉ,ବିନା ପରିଚୟ ପତ୍ର ରେ କାହାରିକୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରାନଯାଉ l ଯେଉଁମାନେ ନିଜକୁ ଓକିଲ ବୋଲି କହି ଦଲାଲି କରୁଛନ୍ତି ସେମାନଙ୍କ ର ପରିଚୟ ପତ୍ର ଯାଞ୍ଚ ନିୟମିତ କରାଯାଉ ବୋଲି ଗଞ୍ଜାମ ଓକିଲ ସଂଘ,ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି l
