ଭାଗବତ ମହାପୁରାଣ ପ୍ରତ୍ୟେକ ଗ୍ରାମରେ ପ୍ରଚାର ପ୍ରସାର ହେବା ଆବଶ୍ୟକ: ଭାଗବତ ଟୁଙ୍ଗି ସୁରକ୍ଷା ସମିତି

ବ୍ରହ୍ମପୁର,13/08/25 ବିଚିତ୍ର ସାହୁ: କନିଷି ସମୀପସ୍ଥ ମଦନମୋହନ ପୁର ନବଜୀବନ ସେବା ଆଶ୍ରମରେ ରଙ୍ଗେଇଲୁଣ୍ଡା ବ୍ଳକ ସ୍ତରୀୟ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ସମ୍ମିଳନୀ ସଭାପତି ମହନ୍ତ ହରିହର ଦାସ ମହାରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ବେଦପାଠାଶାଳାର ବିଦ୍ୟାର୍ଥୀ ମାନେ ବେଦପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଅଜିତ କୁମାର ମହାପାତ୍ର କହିଲେ ଯେ ଗାଁ ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ହିନ୍ଦୁ ସଂସ୍କୃତିକୁ ଫେରାଇ ଆଣିବାକୁ ଭାଗବତ ଟୁଙ୍ଗିର ଆବଶ୍ୟକତା ରହିଛି। ସଂସାରରେ ସମସ୍ତ ଜାଗତିକ ପଦାର୍ଥ ଅନିତ୍ୟ। କେବଳ ଭଗବଦ୍ ଜ୍ଞାନ ହିଁ ନିତ୍ୟ ବୋଲି କାର୍ଯ୍ୟକାରୀ ସଭାପତି ମହନ୍ତ ରାଧାକାନ୍ତ ଦାସ ମହାରାଜ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଗୋପାଳ କୃଷ୍ଣ ପାଢ଼ୀ, ଯୁଗ୍ମ ସମ୍ପାଦକ ଶଙ୍କର୍ଷଣ ପାତ୍ର, କୋଷାଧ୍ୟକ୍ଷ ବିପିନ ବିହାରୀ ସାହୁ, ଆଇନ ପରାମର୍ଶଦାତା ସୁଶାନ୍ତ କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ସଂଚାଳନରେ ବିକି ସ୍ବାଇଁ, ଅଲେଖ ବାଡତ୍ୟା, ପ୍ରଦୀପ କୁମାର ପଟ୍ଟନାୟକ,ରଜତ କୁମାର ପଣ୍ଡିତ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ l ସଂଘଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ରଙ୍ଗେଇ ଲୁଣ୍ଡା ବ୍ଳକ ସ୍ତରୀୟ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ଗଠନ କରାଯାଇଥିଲା। ଶେଷରେ ଆଶ୍ରମ ପକ୍ଷରୁ ସମସ୍ତଙ୍କ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

You might also like
error: Content is protected !!