ଓଡ଼ିଶାର ଘରେ ଘରେ ଏକ ପ୍ରମୁଖ ପାର୍ବଣ ହେଉଛି ମାଁ ଖୁଦୁରୁକୁଣୀ ପୂଜା ଯାହାକୁ ଖୁଦୁରୁକୁଣୀ ଓଷା କିମ୍ବା ଭାଲୁକୁଣୀ ଓଷା ବୋଲି ମଧ୍ୟ କୁହାଯାଏ।ଏହି ଓଷାର କଣ ରହିଛି ମହତ୍ୱ ଆସନ୍ତୁ ଜାଣିବା..ଏହି ପର୍ବଟି ପ୍ରଧାନତଃ ଅବିବାହିତା ଝିଅମାନେ ମାଁ ମଙ୍ଗଳାଙ୍କ ପୂଜା କରିଥାନ୍ତି, ପାରମ୍ପରିକ ଓଡ଼ିଆ ଶୈଳୀରେ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ତାଙ୍କର 
ଭାଇମାନଙ୍କ ମଙ୍ଗଳ, ସୁସ୍ଥତା ଓ ସୁରକ୍ଷିତ ଫେରିବା ପାଇଁ ଆଶୀର୍ବାଦ ପ୍ରାପ୍ତ କରିବା, ବିଶେଷତଃ ସେମାନେ ଯଦି କାମ କିମ୍ବା ଯାତ୍ରାରେ ଦୂରେ ରହିଥାନ୍ତି। ସେଥିପାଇଁ ମା ଙ୍କ ପାଖରେ କଲ୍ୟାଣ ମାଗନ୍ତି l ଖୁଦୁରୁକୁଣୀ ଓଷା ଭାଦ୍ରବ ମାସର (ଅଗଷ୍ଟ-ସେପ୍ଟେମ୍ବର) ପ୍ରତ୍ୟେକ ରବିବାର ଦିନ ପାଳନ କରାଯାଏ। ମାଁ ମଙ୍ଗଳାଙ୍କୁ ପ୍ରାର୍ଥନା ପୂଜା କରିବା। ମାଙ୍କର ପ୍ରତିମୂର୍ତ୍ତିଟିକୁ ଲାଲ ପୁଷ୍ପମାଳା, ହଳଦିଆ ଓ ଧଳା ଫୁଲରେ ସୁନ୍ଦରଭାବେ ଅଳଙ୍କୃତ କରାଯାଏ, ତା ସହିତେ ଚମକିଥିବା ବସ୍ତ୍ର, ସୁନା-ରଙ୍ଗର ଗହଣାରେ ପ୍ରତିମୂର୍ତ୍ତିଟି କୁ ଅଳଙ୍କୃତ କରନ୍ତି l
ଋତୁକାଳୀନ ଫଳ ଓ ପାରମ୍ପରିକ ଖାଦ୍ୟ (ଖୁଦା ଓ ଚୁଡ଼ା) ନୈବେଦ୍ୟ ଦେବାପାଇଁ ଵିଧି ରହିଛି l ମାଁ ମଙ୍ଗଳାଙ୍କ କୃପାପାତ୍ର ତାପୋଇଙ୍କ କଥା ଶୁଣିବା ଓ ବହି ପଢି କହିବା।ଏହି ପର୍ବଟି ଭାଇ-ଭଉଣୀଙ୍କ ଗାଢ଼ ସ୍ନେହ, ଭକ୍ତି, ସହିଷ୍ଣୁତା ଓ କରୁଣl ମୟୀ ମାଁ ମଙ୍ଗଳାଙ୍କ ଅପାର କରୁଣl ଶକ୍ତିକୁ ପ୍ରତିପାଦିତ କରିଥାଏ l