କିଭଳି ମନାଇବେ ବିକ୍ରମ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ରାଜନୈତିକ ପାଣି ପାଗକୁ ନଜରରେ ରଖି ବିଜେଡ଼ି ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିଛି l ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ମୁଣ୍ଡରେ ଜିଲ୍ଲା ସଭାପତି ମୁକୁଟ ପିନ୍ଧାଇ ଦିଆଯାଇଛି l ଦାୟିତ୍ଵ ଘୋଷଣା ପରେ ଶ୍ରୀ ପଣ୍ଡାଙ୍କ ବାସଭବନରେ ଭିଡ଼ ଜମିବା ଆରମ୍ଭ ହେଇଥିଲା l ବିଳମ୍ବରେ ହେଲେ ମଧ୍ୟ ପୂର୍ବତନ ସଭାପତି ତଥା ପୂର୍ବତନ ବିଧାୟକ ଡ ଆର ସି ସି ପଟ୍ଟନାୟକ ଶ୍ରୀ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ଏହାକୁ ନେଇ ସହରର ଆଲୋଚନା ହୋଇଥିଲା l ପୂର୍ବରୁ ଏହି ପଦବୀରେ ବୃକ୍ଷ ବନ୍ଧୁ ସୁବାଷ ମହାରଣା, ପ୍ରଦୀପ ପାଣିଗ୍ରାହୀ, ଡ ପଟ୍ଟନାୟକ ଏବଂ ଅନ୍ୟମାନେ ରହି ଦାୟିତ୍ଵ ତୁଲାଇଚ୍ଚନ୍ତି l ପରେ ଶ୍ରୀ ପାଣିଗ୍ରାହୀ ବିଜେପିକୁ ଲମ୍ପ ମାରିଛନ୍ତି l ବର୍ତ୍ତମାନ ଶ୍ରୀ ପଣ୍ଡାଙ୍କୁ ଦାୟିତ୍ଵ ମିଳିଛି l ଅନ୍ୟପଟେ ଏହି ଜିଲ୍ଲା ଉପରେ କଂଗ୍ରେସର ମଧ୍ୟ ନଜର ରହିଛି l ବିଜେଡ଼ିର କିଛି କର୍ପୋରେଟର ଜିଲ୍ଲା ସଭାପତିଙ୍କୁ ସ୍ଵାଗତ ଜଣାଇବା ପାଇଁ ପହଞ୍ଚି ନାହାଁନ୍ତି l ଏହାକୁ ନେଇ ବିଜେଡ଼ି ମଧ୍ୟରେ ଅସନ୍ତୋଷ ରହିଥିବା ବାରି ହୋଇଛି l ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ଏମାନଙ୍କୁ କିଭଳି ମଜ୍ଜାଇବେ ପ୍ରଶ୍ନ ଉଠିଛି l ଘଟଣା ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚିଲାଣି l ଜିଲ୍ଲାରେ ବିଜେପିକୁ ଶ୍ରୀ ପଣ୍ଡା କିଭଳି ସମ୍ମୁଖିନ ହେବେ ଏକ ଆହ୍ବାନ ରହିଛି l ଅନ୍ୟପଟେ କିଛି କର୍ପୋରେଟର ବିଧାୟକ ରମେଶ ଜେନାଙ୍କ ଲିଙ୍କରେ ରହିଛନ୍ତି l କିଛି କର୍ପୋରେଟର ବିଜେପି ସହ ଯୋଗାଯୋଗରେ ରହିଥିବା ଜଣା ଗଲାଣି l ଆଗକୁ ରାଜନୈତିକ ପାଣି ପାଗର ଦିଗ କେଉଁ ପଟେ ଗତି କରିବ ଦେଖାଯିବ l

You might also like
error: Content is protected !!