ତ୍ରିରଙ୍ଗା ଯାତ୍ରା ରେ ପ୍ରବଳ ଭିଡ଼

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ତ୍ରିରଙ୍ଗା ଯାତ୍ରା” ରେ ପ୍ରବଳ ଭିଡ଼ ଦେଖାଦେଇଥିଲା l ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ l କ୍ରାନ୍ତି ଦିବସ ଅବସରରେ ରାମଲିଙ୍ଗେଶ୍ୱର ପାର୍କ ପରିସରସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ପରେ ସମସ୍ତେ “ତ୍ରିରଙ୍ଗା ଯାତ୍ରା” ରେ ସାମିଲ ହୋଇଥିଲେ । ଏଥିରେ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍,ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ,ବିଧାୟକ କେ ଅନୀଲ କୁମାର ଓ ଜିଲ୍ଲାର ବିଧାୟକଙ୍କ ସମେତ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ l “ତ୍ରିରଙ୍ଗା ଯାତ୍ରା” ରାମଲିଙ୍ଗେଶ୍ୱର ପାର୍କ ଠାରୁ ଆରମ୍ଭ ହୋଇ ପିଭିଏନ୍ ରାଓ ପେଟ୍ରୋଲ ପମ୍ପ୍ ଛକ ନିକଟରେ ଶେଷ ହୋଇଥିଲା l ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟମାନେ ମାଲ୍ୟାର୍ପଣ କରିଥିଲେ l

You might also like
error: Content is protected !!