ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଆଜି ଆମର ସମୃଦ୍ଧ ବୟନ ପରମ୍ପରାକୁ ପାଳନ କରିବାର ଦିନ, ଯାହା ଆମ ଲୋକଙ୍କ ସୃଜନଶୀଳତାକୁ ପରିଦର୍ଶିତ କରେ । ଆମେ ଭାରତର ହସ୍ତତନ୍ତ ବିବିଧତା, ଜୀବିକା ଏବଂ ସମୃଦ୍ଧିକୁ ବଢ଼ାଇବାରେ ଏହାର ଭୂମିକା ପାଇଁ ଗର୍ବିତ ବୋଲି ସେ କହିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା!”

ଆଜି ଆମର ସମୃଦ୍ଧ ବୟନ ପରମ୍ପରାକୁ ପାଳନ କରିବାର ଦିନ, ଯାହା ଆମ ଲୋକଙ୍କ ସୃଜନଶୀଳତାକୁ ପ୍ରଦର୍ଶିତ କରେ । ଆମେ ଭାରତର ହସ୍ତତନ୍ତ ବିବିଧତା, ଜୀବିକା ଏବଂ ସମୃଦ୍ଧିକୁ ବଢ଼ାଇବାରେ ଏହାର ଭୂମିକା ପାଇଁ ଗର୍ବିତ ।”

ସ୍ରୋତ:ପିଆଇବି

advertisement
You might also like
error: Content is protected !!