ଗତ ମାସର ବ୍ରାଜିଲ ଗସ୍ତକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ବାଣିଜ୍ୟ, ପ୍ରଯୁକ୍ତି, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଦିଗରେ ସହଯୋଗ ବଢ଼ାଇବାକୁ ଦୁଇ ନେତା ସହମତ
ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ମତବିନିମୟ କଲେ
ନୂଆଦିଲ୍ଲୀ: ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କଲ ପାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଗତ ମାସର ବ୍ରାଜିଲ ଗସ୍ତକୁ ସ୍ମରଣ କରିଥିଲେ । ଯେଉଁଥିରେ ଦୁଇ ନେତା ବାଣିଜ୍ୟ, ପ୍ରଯୁକ୍ତି, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଦିଗରେ ସହଯୋଗ ବଢ଼ାଇବାକୁ ସହମତ ହୋଇଥିଲେ ।
ଭାରତ-ବ୍ରାଜିଲ ରଣନୀତିକ ସହଭାଗିତାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଆଲୋଚନା ସମୟରେ ଦୁଇ ନେତା ପ୍ରତିବଦ୍ଧତା ଦୋହରାଇଥିଲେ ।
ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ମତବିନିମୟ କରିଥିଲେ ।
ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।
ସ୍ରୋତ; ପିଆଇବି
