ବାଲିଗୁଡା : ୦୬/୦୮:(ସୁକାନ୍ତ କୁମାର ତ୍ରିପାଠୀ) ସ୍ଥାନୀୟ ବନବାସୀ ସେବା ସମିତି ସଭା ଗୃହ ଠାରେ ଗତକାଲି ବାଲିଗୁଡ଼ା ବରିଷ୍ଠ ନାଗରିକ ସଙ୍ଘର କର୍ମ କର୍ତ୍ତା ଚୟନ ହୋଇଯାଇଛି ଜିଲ୍ଲା ସଭାପତି ଶ୍ରୀ ସର୍ବେଶ୍ଵର ମିଶ୍ର ଓ ସଂପାଦକ ଶ୍ରୀ ପଦ୍ମ ଚରଣ ସାହୁଙ୍କ ଦ୍ଵାରା ନିର୍ବାଚନ କରାଯାଇ ସର୍ବ ସମ୍ମତି କ୍ରମେ ଶ୍ରୀ ଚିନ୍ତାମଣି ମିଶ୍ର ସଭପତି ଭାବେ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଚୟନ କରାଯାଇ ଅଛି । ପ୍ରାରମ୍ଭରେ ଜିଲ୍ଲା ସଭାପତି ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଓ କର୍ମ କର୍ତ୍ତା ଚୟନ
ଥିଲା। 

ସଂପାଦକ ଶ୍ରୀ ମନ୍ମଥ କୁମାର ରାଉଳ ସଭାର ଉଦ୍ଦେଶ୍ୟ ଏବଂ ବର୍ଷକ ମଧ୍ୟରେ କେଉଁ କେଉଁ କାର୍ଯ୍ୟ ହାତକୁ ନିଆଯାଇଥିଲା ତାହା ସଭାରେ ଉପସ୍ଥାପନ କରିଥିଲେ। ପ୍ରାକ୍ତନ ସଭାପତି ଶ୍ରୀ ବିଜୟ ଚନ୍ଦ୍ର ଖଣ୍ଡଗିରି, ଶ୍ରୀ ସୀମାଞ୍ଚଳ ଆଚାର୍ଯ୍ୟ, ଶ୍ରୀ ମଧୁସୂଦନ ମହାପାତ୍ର ପ୍ରମୁଖ ବହୁ ବରିଷ୍ଠ ନାଗରିକ ଉକ୍ତ ସଭାରେ ଯୋଗ ଦେଇ ଥିଲେ ଏବଂ ଆସନ୍ତା ତା ୨୧.୮.୨୫ ରିଖ ଜାତୀୟ ବରିଷ୍ଠ ନାଗରିକ ଦିବସ କିଭଳି ଭାବେ ପାଳନ କରାଯିବ ତାହାର ପ୍ରାରମ୍ଭିକ ରୂପରେଖ ସ୍ଥିର କରାଗଲା। ଶେଷରେ ଶ୍ରୀ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ସଭା ସାଙ୍ଗ ଘୋଷଣା କରି ଥିଲେ
