ଫସଲ ବୀମା ରଥ ଉଦଘାଟିତ ଗଞ୍ଜାମ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଚାଷୀ ମାନଙ୍କ ଫସଲ ସୁରକ୍ଷା ପାଇଁ ଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର “ବୀମା ରଥ”ଉଦଘାଟିତ ହୋଇ ଯାଇଛି। ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ ଅଜୟ କୁମାର କର ପତାକା ଦେଖାଇ ଏହି ପ୍ରଚାର ରଥ ର ଶୁଭାରମ୍ବ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଫସଲ ବୀମା ର ଉପଯୋଗୀତା ସମ୍ପର୍କ ରେ ଚାଷୀ ଭାଇ ମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ବ୍ଲକ ପରିଭ୍ରମଣ କରିବ। ଏଠାରେ ସୂଚନା ଯୋଗ୍ୟ, ଅଣ ଋଣୀ ଚାଷୀ ଭାଇ ମାନଙ୍କ ପାଇଁ ପଞ୍ଜିକରଣ ତିଥି ଅଗଷ୍ଟ 14 ପଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରତିଟି ପ୍ଲଟ ପିଛା ମାତ୍ର ଏକ ଟଙ୍କା ଦେଇ ଚାଷୀ ବିଜ୍ଞାପିତ ଫସଲ ର ଵୀମା, ନିକଟସ୍ଥ ଜନସେବା କେନ୍ଦ୍ର, ବ୍ୟାଙ୍କ, ସମବାୟ ସମିତି ରେ ଚାଷୀ କରି ପାରିବେ। ହେକଟର ପିଛା ଜଳସେଚିତ ଜମି ର କ୍ଷୟ କ୍ଷେତି ପାଇଁ ସତାନାବେ ହଜାର, ପାଞ୍ଚସହ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି, ମିଳିବା ର ସୁବିଧା ଏହି ଯୋଜନା ରେ ରହିଛି। ଏହି କାର୍ଯ୍ୟକ୍ରମ କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଜିଲ୍ଲା କୃଷି ବିଭାଗ ନୋଡାଲ ଅଧିକାରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏବଂ ରିଲାଏନ୍ସ ଜିଲ୍ଲା ସଂଯୋଜକ ସୌମ୍ୟ ମହାପାତ୍ର ପରିଚାଳନା କରିଥିଲେ। ଏହାସହ ରିଲାଏନ୍ସ ରିସ୍କ ଟିମ୍ ସଂଯୋଜକ ସନ୍ତୋଷ ମହାକୁଡ଼ ,ସମସ୍ତ କୃଷି ବିଭାଗ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Smart Computer Ad
You might also like
error: Content is protected !!