ନଦୀ ନେଇଗଲା ଜୀବନ ନଦୀରେ ବୁଡି କାଉଡ଼ିଆ ଭକ୍ତଙ୍କ ମୃତ୍ୟୁ

ଆର,ଉଦୟଗିରି(ମନୋଜ ପାଢୀ):-

ନଦୀରେ ପାଣିରେ ବୁଡି ଯିବାରୁ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଭୀମପୁର ଗାଁ ନଦୀରେ ଏହିପରି ଅଘଟଣା ଘଟିଛି । ଗ୍ରାମରେ ଶୋକକୂଳ ଖେଳିଯାଇଛି । ମୃତ୍ୟୁକ କାଉଡିଆ ଜଣକ ଗଜପତି ଜିଲ୍ଲା ନୁଆଗଡ ବ୍ଳକ କେ. ଝାଲରସିଂ ଗ୍ରାମର କାହ୍ନା ବେହର୍ଦଲାଇ (18) କାହ୍ନା ଗାଁ କାଉଡିଆଙ୍କ ସହ ରାୟଗଡା ଜିଲ୍ଲା ଗୁଣୁପୁରୁ ଉପଖଣ୍ଡ ପୁଟାସିଂ ଥାନା ଅନ୍ତର୍ଗତ ଭୀମପୁର ଗାଁରେ ଥିବା ନଦୀକୁ ପାଣି ଉଠାଇବା ନିମନ୍ତେ ଯାଇଥିଲେ । ସେ ନଦୀରେ ଗାଧେଇବା ସମୟରେ ତାଙ୍କ ଗୁଡ ଖସିଯାଇଥିବାରୁ ପାଣିରେ ବୁଢିଯାଇଥିଲେ । ବହୁ ଖୋଜା ଖୋଜି ପରେ ସେଇ ନଦୀରେ ତାଙ୍କର ମୃତଦେହ ଭାସୁଥିବା ଦେଖି ସାଥି କାଉଡିଆ ଉଦ୍ଧାର କରିଥିଲେ । ଖବର ପାଇ ଗୁଣୁୁପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଥିଲେ । କାହ୍ନା ପରିବାରର ଏକମାତ୍ର ପୁଅ ହୋଇଥିବାରୁ କେ. ଝାଲରସିଂ ଗ୍ରାମରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା ।

You might also like
error: Content is protected !!