ଆର.ଉଦୟଗିରି ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ୍ ସାମ୍ବାଦିକ ସଂଘ ପକ୍ଷରୁ ଆଜି ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କାର୍ଯ୍ୟ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ପୂର୍ବରୁ ରହିଆସିଥିବା ମମତାଜ୍ ମହମ୍ମଦ୍ ଙ୍କୁ ସର୍ବ ସମ୍ମତି କ୍ରମେ ପୁଣିଥରେ ମନୋନୀତ କରାଯାଇଥିବା ବେଳେ, ଉପ-ସଭାପତି ଭାବେ ଫିଲିମନ୍ କରାଡ ଙ୍କୁ ଚୟନ କରାଯାଇଛି । କୋଷାଧ୍ୟକ୍ଷ ଭାବେ ପୂର୍ବରୁ ରହିଥିବା ମିହିର ପ୍ରସାଦ ମାଳି ଙ୍କୁ ପୁନର୍ବାର ସେହି ଦାୟିତ୍ୱ ଦିଆଯାଇଥିବା ବେଳେ,ସଂପାଦକ ପଦବୀ ପାଇଁ ମନୋଜ କୁମାର ପଣ୍ଡା ଏବଂ ସନ୍ତୋଷ କୁମାର ପାଳ ଙ୍କ ମଧ୍ୟରେ ଭୋଟ କରାଯାଇଥିଲା । ଉପସ୍ଥିତ ଥିବା ୧୦ ଜଣ ସାମ୍ବାଦିକ ଙ୍କ ମଧ୍ୟରୁ ୯ ଗୋଟି ଭୋଟ ସନ୍ତୋଷ କୁମାର ପାଳ ଙ୍କୁ ମିଳିଥିବା ବେଳେ, ଗୋଟିଏ ମାତ୍ର ଭୋଟ ମନୋଜ କୁମାର ପଣ୍ଡା ଙ୍କୁ ମିଳିଥିଲା । ସେପଟେ, ସହ-ସଂପାଦକ ପାଇଁ ସର୍ବ ସମ୍ମତି କ୍ରମେ ପ୍ରଦୀପ କୁମାର ସ୍ୱାମୀ ଙ୍କୁ ଚୟନ କରାଯାଇ ଆଗାମୀ ଦିନରେ ସଂଘ ଭିତରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହେବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାପାଇଁ ସଭାପତି ଙ୍କ ସମେତ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ ।

You might also like
error: Content is protected !!