ଅଡ଼ବା ସ୍ବାସ୍ଥ୍ୟକେନ୍ଦ୍ରରେ ରହୁ ନାହାନ୍ତି ଡାକ୍ତର: ୨ ଘଣ୍ଟା ଅପେକ୍ଷା ପରେ ବି ଆସିଲେନି ଡାକ୍ତର ।

ଆର, ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡ଼ବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା ଡାକ୍ତର ବହୁ ସମୟ ରହୁ ନ ଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇ ଜଣେ ମହିଳା ୨ ଘଣ୍ଟା ଧରି ଅଡବା ସ୍ୱାସ୍ଥ୍ୟକେନ୍ଦ୍ରରେ ଅପେକ୍ଷା କରିବା ସୁଦ୍ଧା ଡାକ୍ତର ନ ଆସିବାରୁ ପ୍ରାଣ ବଞ୍ଚାଇବା ପାଇଁ ତାଙ୍କୁ 8 କିମି ଦୂରରେ ଥିବା ଅନ୍ୟ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। କର୍ତ୍ତବ୍ୟରେ ଅବହେଳା କରୁଥିବା ଏବଂ ଡାକ୍ତରଖାନାରେ ରହୁ ନଥିବା ଏହି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି. ଘଟଣା ନେଇ ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡାଙ୍କ ସୂଚନା ପ୍ରକାରେ ସୋମ‌ବାର ମଧ୍ୟାହ୍ନରେ ବିରିକୋଟ ଗାଁର କାହ୍ନା ପୂଜାରୀ ସ୍ତ୍ରୀ ସୁନିତା ପୂଜାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସ୍ବାମୀ ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ଏନେଇ ସୁନିତା ଅଡ଼ବା ଥାନାରେ ଅଭିଯୋଗ କରିଥିଲେ। ଗୁରୁତର ସୁନିତାଙ୍କ ଚିକିତ୍ସା ପାଇଁ ମଧ୍ୟାହ୍ନ ପ୍ରାୟ ଗୋଟାଏରେ ପୁଲିସ ଅଡ଼ବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା I ମାତ୍ର ସେଠାରେ ତାଲା ପଡ଼ିଥିଲା। ପୁଲିସ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଆସିନଥିଲେ। ଅପରାହ୍ନ ୩ଟା ପର୍ଯ୍ୟନ୍ତ କେହି ନଆସିବାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ବିରିକୋଟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା. ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଘଟଣା ନେଇ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମହମ୍ମଦ ମୁବାରକ ଅଲ୍ଲୀଙ୍କ ଦୃଷ୍ଟି ଆକାଷଣ କରିବାରେ ସେ କହିଥିଲେ ସେ ଅଭିଯୋଗ ପାଇଛନ୍ତି. ଏହାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।

You might also like
error: Content is protected !!