ବିଜେଡ଼ିର ଆରଡିସି ଅଫିସ ଘେରାଉ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରୁ ବିଜେଡ଼ିର ଏକ ରାଲି ବାହାରିଥିଲା l ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆରଡିସି ଅଫିସ,ଘେରାଉ ହୋଇଛି l ଏଥିରେ ବିଜେଡ଼ିର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ l ଆରଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଏହା ପ୍ରଦାନ କରାଯାଇଛି l ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ, ଲତିକା ପ୍ରଧାନ,ରବି ନନ୍ଦ,ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

You might also like
error: Content is protected !!