ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠ ରେ କାଉଡ଼ିଆଙ୍କ ଭିଡ଼

ବାଲିଗୁଡା:୨୧/୭ :(ସୁକାନ୍ତ କୁମାର ତ୍ରିପାଠୀ)ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ଅବସରରେ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଜମିଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ପବିତ୍ର ନଦୀରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ଜଳଲାଗି ପାଇଁ ଅଞ୍ଚଳର ସମସ୍ତ ଶୈବ ପୀଠ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳୁ ସକାଳୁ ବାବାଙ୍କ ନୀତିକାନ୍ତି ବଢିବା ପରେ ଧାଡ଼ିରେ ଯାଇ ଜଳଲାଗି କରିଥିଲେ କାଉଡି଼ଆ । ସମଗ୍ର ଅଞ୍ଚଳରେ ବୋଲ ବମ, ହରହର ବମ, ଧ୍ବନିରେ ପ୍ରକମ୍ଫିତ ହୋଇ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ସେହିପରି ଟାଉନର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର,ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠ ରେ କାଉଡ଼ିଆଙ୍କ ଭିଡ଼ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠ ରେ କାଉଡ଼ିଆଙ୍କ ଭିଡ଼ ବାବା ଧବଳେଶ୍ୱର, ଖଡଗେଶ୍ୱର ମନ୍ଦିର, ଜାଲେଶପଟ୍ଟା ର ଜଳେଶ୍ୱର ମନ୍ଦିର, ଟିକାବାଲି ନିକଟସ୍ଥ ଡୁଙ୍ଗି ଓ ଚକାପାଦର ଶିବ ମନ୍ଦିର ଭଳି ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିଥିଲେ କାଉଡ଼ିଆ। କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଖଡ଼ଗ ନଦୀଘାଟ ରେ ଶହ ଶହ ସଂଖ୍ୟାରେ ବୋଲବମ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମାନସିକ ଧାରୀ ମାନେ ନୂତନ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ନଦୀ ଜଳ ସଂଗ୍ରହ କରି ବାଲୁକା ରାଶିରେ ଶିବଲିଙ୍ଗ ସ୍ଥାପନ କରିବା ସହ ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନିକଟସ୍ଥ ଶୈବ ପୀଠ କୁ ଯାଇ ଦର୍ଶନ କରିଥିଲେ । ପରେ ବାହୁଙ୍ଗି ସାହାଯ୍ୟରେ ଜଳ ପାତ୍ର କାନ୍ଧ ରେ ଧାରଣ କରି ବିଭିନ୍ନ ଶୈବପୀଠ ଅଭିମୁଖେ ପ୍ରସ୍ଥାନ କରିଥିଲେ। ଅଞ୍ଚଳ ର ବିଭିନ୍ନ ବୋଲବମ ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

You might also like
error: Content is protected !!