ନିଖିଳ ଉତ୍କଳ ଖଡୁରା ସମାଜ କଲ୍ୟାଣ ପରିଷଦର ମେଧା ସମ୍ବର୍ଦ୍ଧନା ଉତ୍ସବ ସମ୍ବର୍ଦ୍ଧିତ ହେଲେ ୧୩୫ ବିଦ୍ୟାର୍ଥୀ ପ୍ରତିଭା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସଫଳତା କେବଳ ଯେ ଶିକ୍ଷା କ୍ଷେତ୍ରରେ ପ୍ରଯୋଜ୍ୟ ତାହା ନୁହେଁ, ବରଂ ସବୁକ୍ଷେତ୍ରରେ ନିଜର କିଛି ପାରଦର୍ଶିତା ପ୍ରଦର୍ଶନ କରିବା ହେଉଛି ସଫଳତାର ଅନ୍ୟ ଏକ ଦିଗ। ଯିଏ ଯେତେବଡ ପଦ ପଦବୀରେ ଥାଆନ୍ତୁ ଏବଂ ଯେତେ ରୋଜଗାର କରିଲେ ମଧ୍ୟ ପରିବାର ପ୍ରତି ଆସକ୍ତି ରହିବାର ଆବଶ୍ୟକତା ରହିଛି। ଏ ଦିଗରେ ଅଭିଭାବକମାନେ ନିଜ ନିଜ ପିଲାମାନଙ୍କୁ ପିଲାଟି ବେଳରୁ ଶିକ୍ଷା ଦେବା ଉଚିତ। ଯଦ୍ବାରା ପରିବାରର ଜୀବନ ସାର୍ଥକ ହେବା ସହ ଜାତି ଏବଂ ମାଟି ପ୍ରତି ମମତା ବୃଦ୍ଧି ପାଇପାରିବ ବୋଲି ଆଜି ପୁରୁଣା ବ୍ରହ୍ମପୁର ରଙ୍ଗୁଣୀବନ୍ଧ ସାହିସ୍ଥିତ ଖଡୁରା କଲ୍ୟାଣ ମଣ୍ଡପରେ ଅୟୋଜିତ ନିଖିଳ ଉତ୍କଳ ଖଡୁରା ସମାଜ କଲ୍ୟାଣ ପରିଷଦର ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦେଶକ ଡ.ସିଦ୍ଧାର୍ଥଶଙ୍କର ପାଢୀ ମତବ୍ୟକ୍ତ କରିଛନ୍ତି। ପରିଷଦର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ଖଡୁରା ସମାଜ କଲ୍ୟାଣ ପରିଷଦର ସଭାପତି ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଡାକ୍ତର ନିରଞ୍ଜନ ନାୟକ ଆଗକୁ ବଢିବାକୁ ହେଲେ ପିତା-ମାତାଙ୍କ ଆଜ୍ଞାଧୀନ ହେବାକୁ ପରାମର୍ଶ ଦେଇଥିଲେ। ଖଡୁରା ସମାଜର ରାଜ୍ୟ ସଭାପତି ଗିରିଶଚନ୍ଦ୍ର ନାୟକ, ସମ୍ପାଦକ ପ୍ରସନ୍ନକୁମାର ନାୟକ, କୋଷାଧ୍ୟକ୍ଷ ଦେବରାଜ ନାୟକ, ନିଖିଳ ଉତ୍କଳ ଖଡୁରା ସମାଜ କଲ୍ୟାଣ ପରିଷଦ ବ୍ରହ୍ମପୁର ଶାଖା ସମ୍ପାଦକ ପ୍ରଶାନ୍ତକୁମାର ନାୟକ, ଉପସଭାପତି ଦଣ୍ଡପାଣି ନାୟକ, କୋଷାଧ୍ୟକ୍ଷ ଶିବଶଙ୍କର ସେନାପତି, ଗଞ୍ଜାମ ସଂଯୋଜକ ଯୋଗେନ୍ଦ୍ର ନାୟକ, ଉପଦେଷ୍ଟା ଆପନା ମହାପାତ୍ର ଓ ବଦ୍ରିନାରାୟଣ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଗଞ୍ଜାମର ସମସ୍ତ ପେଣ୍ଠ ଏବଂ ବ୍ରହ୍ମପୁର ମହାନଗର ନିଗମ​‌େ​‌ର ଚଳିତ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷାରେ ସଫଳତାର ସହ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଉପଢୌକନ, ମାନପତ୍ର ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କର୍ପୋରେଟର ଚିତ୍ରସେନ ମହାପାତ୍ର, ବିନାୟକ ନାୟକ,ନାରାୟଣ ନାୟକ, ସଦାନନ୍ଦ ମହାପାତ୍ର, ରାମକୃଷ୍ଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

You might also like
error: Content is protected !!