ଆସନ୍ତାକାଲି ଠାରୁ ବୋତଲରେ ମିଳିବନି ପେଟ୍ରୋଲ, ନିଷ୍ପତ୍ତି ନେଲାସଂଘ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ବନ୍ଦ ହେବ ଖୋଲା ପେଟ୍ରୋଲ ବିକ୍ରି । ଆସନ୍ତାକାଲି ଠାରୁ ବୋତଲରେ ମିଳିବନି ପେଟ୍ରୋଲ । ବାଲେଶ୍ୱର ଘଟଣାକୁ ନଜର ରଖି ଏମିତି ନିଷ୍ପତ୍ତି ନେଇଛି ସଂଘ ବୋଲି କହିଛନ୍ତି ରାଜ୍ୟ ପେଟ୍ରୋଲ ଡିଲର ଆସୋସିଏସନ ସଂଘ ସଭାପତି ଶଶାଙ୍କ ଶେଖର ସାହୁ । ଏ ନେଇ ଗତକାଲି ସଂଘର ମିଟିଂ ସରିଛି । କେବଳ ସାମ୍ପୁଲ ଓ ଗାଡିରେ ଦେବାକୁ ନିୟମ ଅଛି ।ଅତି ଆବଶ୍ୟକ ପରିସ୍ଥିତିରେ ଆଧାରକାର୍ଡ଼ ରଖି ଦିଆଯିବ ପେଟ୍ରୋଲ । ଗାଡିରେ ତେଲ ଯାଉନାହିଁ ବୋଲି ଯାହାର ସନ୍ଦେହ ହେବ ସେମାନେ ମେଜର ମାଧ୍ୟମରେ ତେଲ ଦେଖିପାରିବେ । ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହେବ ବୋଲି ଜଣାଯାଇଛି ।

You might also like
error: Content is protected !!