ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଆଲୁମିନ ମିଟ

ଭଞ୍ଜନଗର,(ବବି ରଥ):- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଉଁଶଲୁଣ୍ଡି ପଞ୍ଚାୟତ ରେ ଥିବା ସର୍ବ ପୁରାତନ ଭଗବାନ ଶ୍ରୀ ସତ୍ୟସାଇ ସେବା ସଂଗଠନ ହେଉଛି ଏହି ଅଞ୍ଚଳ ପାଇଁ ପ୍ରତେକ କ୍ଷେତ୍ର ରେ ସେବା ଦେଇ ଆସୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ବେଶ ପରିଚିତ. ଏହି ମନ୍ଦିର ପରିବେଶରେ ଗଢି ଉଠିଥିବା ସତ୍ୟସାଇ ବାବା ଙ୍କ ନାମରେ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ମଧ୍ୟ୍ୟ ଏକ ଆଦର୍ଶ ପୁରାତନ ଅନୁଷ୍ଠାନ, ଏହି ଅଞ୍ଚଳ ପାଇଁ ସୁନାମ ଆଣିଥିବା ସମସ୍ତ ଓଡ଼ିଆ ବିଦ୍ୟାଳୟ ମାନଙ୍କ ଭିତରେ ବେଶ ପରିଚିତ. ଏହି ଅନୁଷ୍ଠାନ ରଆଦର୍ଶ ନିୟମାବଳୀ ସହିତ ପରିଚାଳନା କମିଟି, ଗୁରୁଜୀ /ଗୁରୁମା, ସମସ୍ତ ଛାତ୍ର /ଛାତ୍ରୀ ବିଶେଷ କରି ଏହି ଅନୁଷ୍ଠାନ ରୁ ନିଜର ସମସ୍ତ ପ୍ରକାର ବିଦ୍ୟା ଅର୍ଜନ କରି ଯାଇଥିବା ଛାତ୍ର /ଛାତ୍ରୀ ଦେଶ ଏବଂ ଦେଶ ବାହାରେ ନିଜ -ନିଜ ର କର୍ମ କୁ ନେଇ ବେଶ ଚର୍ଚ୍ଚା ରେ ଅଛନ୍ତି କିଏ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, କୃଷିବିଭାଗ ହଉ କି ପ୍ରଶାସନ କ୍ଷେତ୍ର ରେ ବାଣିଜ୍ୟ କ୍ଷେତ୍ର ରେ ରହି ଅନୁଷ୍ଠାନ ର ନାମ କୁ ଆଉରି ଦୁଇଗୁଣିତ କରିଛନ୍ତି. ସମସ୍ତ କର୍ମକର୍ତା ସହିତ ସମସ୍ତ ପୁରୁଣା ଛାତ୍ର /ଛାତ୍ରୀ ମାନଙ୍କୁ ନେଇ ଏକ ବିରାଟ ସମାବେଶ କରାଯାଇଥିଲା ବିଦ୍ୟାଳୟ ପରିବେଶରେ.ସମସ୍ତ ସାଇ ଆଶ୍ରିତ ଙ୍କ ଉପସ୍ଥିତ ରେ ଏକ ଭବ୍ୟ ଆଲୁମିନ ମିଟ କରାଯାଇ ସମସ୍ତଙ୍କୁ ଏକ ସୂତ୍ର ରେ ବନ୍ଧା ଯିବା ସହିତ ନାଚ -ଗୀତ, ପୁରୁଣା ସ୍ମୃତି କୁ ସମସ୍ତେ ମନେ ପକାଇବା ସହ ପୁଣିଥରେ ଭବ୍ୟ ଆୟୋଜନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇ ସହ ବାବା ଙ୍କ ଆଦର୍ଶ ରେ ଚାଲିବା ପାଇଁ ଉପସ୍ଥିତ ସମସ୍ତେ ବଜ୍ର ଶପଥ ନେଇ ଅନୁଷ୍ଠାନ ର ନାମକୁ କିଭଳି ଆଗକୁ ନେବା, ଏକ ଆଦର୍ଶ ବିଦ୍ୟାର୍ଥୀ ହୋଇ ସମସ୍ତଙ୍କ ପ୍ରିୟ ଭାଜନ ପାଇଁ ପ୍ରୟାସ ଜାରିରଖିବା ସମସ୍ତଙ୍କ ମୂଳ ମନ୍ତ୍ର ଦେଖିବାକୁ ମିଳିଥିଲା l

You might also like
error: Content is protected !!