ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୪ ନମ୍ବରୱାର୍ଡ ରାଜାବଜାର ସୀତାରାମକଲୋନିରେ ରହୁଥିବା ଆଦିକନ୍ଦ ସାହୁଜଣେ ଦୃଷ୍ଟି ହୀନ ତବଲା ବାଦକ। ସେବିଭିନ୍ନ ସ୍ଥାନରେ ତବଲା ବଜାଇ ନିଜ ଗୁଜରାଣ ମେଣ୍ଟାଇଥାନ୍ତି। ସରକାରୀ ସହାୟତା ଭାବେ ମାସକୁ ୨୦୦୦ ଟଙ୍କା ଭତ୍ତା ପାଉଛନ୍ତି। ଆଦିକନ୍ଦ ରହୁଥିବା ଆଜବେଷ୍ଟସ୍ ଫାଟିଯାଇଛି। ଦୀର୍ଘ ବର୍ଷହେବ ଆର୍ଥିକ ଅଭାବ ପାଇଁ ସେ ନିଜଘର ମରାମତି କରିପାରୁନାହାନ୍ତି। ଫଟାଛାତ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି।ଫଳରେ ବର୍ଷା ହେଲେ ଆଜବେଷ୍ଟସ୍ପାଣି ଗାଳୁଥିବାରୁ ହଇରାଣ ହରକତହୋଇ କଷ୍ଟରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ପକ୍କାଘରଯୋଗାଇ ଦିଆଗଲେ ଆଦିକନ୍ଦ ଉପକୃତହୋଇପାରନ୍ତେ ବୋଲି ଲୋକେ କହୁଛନ୍ତି ।