ବାଲିଗୁଡା, ୧୭/୦୭[ସୁକାନ୍ତ କୁମାର ତ୍ରିପାଠୀ ] ସମଗ୍ର କନ୍ଧମାଳ ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ Iବାଲିଗୁଡା ଠାରେ ମଧ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ ହୋଇଛି I ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ
ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି।ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବାଲିଗୁଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ର ବଳିଷ୍ଠ କଂଗ୍ରେସ କର୍ମକର୍ତା ଡ଼କ୍ଟର ବିଚିତ୍ରା ନନ୍ଦ ଆଚାର୍ଯ୍ୟ ପ୍ରକାଶ କରି କହିଛନ୍ତି Iଏଥିରେ ବହୁତ କଂଗ୍ରେଶ କର୍ମୀ ଉପସ୍ଥିତ ଥିଲେ I

