FM କଲେଜ ଘଟଣା ପରେ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ, ଏବେ ସ୍କୁଲରେ.

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରାଜ୍ୟର ସମସ୍ତ ସରକାରୀ ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଜିଲା ଶିକ୍ଷା ଅଧିକାରୀ (DEO) ମାନଙ୍କୁ ନିଜ ନିଜ ଜିଲାରେ ଥିବା ସ୍କୁଲମାନଙ୍କରେ ଏହି କମିଟି ଗଠନ କରିବାକୁ କୁହାଯାଇଛି।ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି । କଡାକଡି ନିୟମ ଲାଗୁ ପାଇଁ ଗଣ ଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ ଛାତ୍ରୀ ମୃତ୍ୟୁ ପରେ ସଜାଗ ହୋଇଛି ଗଣଶିକ୍ଷା ବିଭାଗ ।ଏହି ପଦକ୍ଷେପ ଦ୍ୱାରା ସ୍କୁଲ ପରିସରରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଯୌନ ନିର୍ଯାତନା କିମ୍ବା ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କିତ ମାମଲାଗୁଡିକୁ ସମାଧାନ ପାଇଁ ଏକ ସ୍ବଚ୍ଛ ଓ ନିରପେକ୍ଷ ବ୍ୟବସ୍ଥା ଗଠନ କରାଯିବ। ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଯୌନ ନିର୍ଯାତନା ନିବାରଣ ଆଇନ, ୨୦୧୩ (POSH Act) ଅନୁଯାୟୀ ଗଠନ କରାଯିବ।

Smart Computer Ad
You might also like
error: Content is protected !!