ଧନିଆ ପାଣିର ଜାଣନ୍ତୁ ସ୍ୱାସ୍ଥ୍ୟ ଉପକାରିତା

ଭୁବନେଶ୍ୱର,(ଏସ.ଏମ.ପି):-

ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦିକ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଯାହା ରାମବାଣ ଭଳି କାର୍ଯ୍ୟକାରୀ କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧନିଆରେ ଭିଟାମିନ୍ ସି, ଏ, କେ, ବି୬, କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ୍, କପର୍, ଜିଙ୍କ୍, ସେଲେସିୟମ୍, ମାଙ୍ଗାନିଜ, ସୋଡିୟମ, ଫୋଲେଟ, ଥିୟାମିନ୍, ନିଆସିନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫେମେଟେରୀ ଭଳି ଗୁଣ ରହିଥାଏ।ଯାହାଫଳରେ ଶରୀରକୁ ଅନେକ ଫାଇଦା ଦେଇଥାଏ ।ଧନିଆ ପାଣି ଅନ୍ତନଳୀ ସ୍ବାସ୍ଥ୍ୟକୁ ଭଲ ରଖିଥାଏ । ଏହା ସହିତ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏସିଡିଟି ଏବଂ ଡାଇବେଟିସ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏହି ପାଣି ଡାଏଟ୍ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।ଧନିଆ ପାଣି ପିଇବା ଦ୍ବାରା ଆପଣଙ୍କ ଶରୀରରେ ଥିବା ମେଟାବୋଲେଜିୟମକୁ ବୃଦ୍ଧି କରି ଓଜନ ହ୍ରାସ ସହଜ କରିଦେଇଥାଏ ।ଏହା ବ୍ୟତୀତ ଧନିଆ ପାଣି ପିଇବା ଦ୍ବାରା କିଡନୀ ଏବଂ ଲିଭର ଜନିକ ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ବ ଗୁଣ ହେତୁ ଏହା ଇମ୍ୟୁନିଟି ସିଷ୍ଟମକୁ ବୃଦ୍ଧି କରିଥାଏ ।ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଭଲ ଫାଇଦା ପାଇବାକୁ ହେଲେ ଉଚିତ୍ ମାତ୍ରା ଓ ସଠିକ୍ ଉପାୟରେ ଏହାର ପାଣିକୁ ପିଇବା ଗୁରୁତ୍ବପୂର୍ଣ୍ଣ ।*ଧନିଆ ପାଣିର ପ୍ରସ୍ତୁତି ପ୍ରଣାଳୀ :-*ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସବୁଜ ଧନିଆ ପତ୍ର ଧୋଇ ଦିଅନ୍ତୁ, ପରିଷ୍କାର ପତ୍ରକୁ ଅଲଗା କରନ୍ତୁ ଏବଂ ଦୁଇ ଚାମଚ ପାଣି ଦେଇ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ପକାଇ ଫୁଟାନ୍ତୁ । ଫୁଟିବା ପରେ ଏହି ପାଣିକୁ ଏକ ଗ୍ଲାସରେ ଢାଳନ୍ତୁ ଏବଂ ବର୍ତ୍ତମାନ ସ୍ୱାଦ ଅନୁଯାୟୀ କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ କରିବ ଏବଂ ଆପଣଙ୍କ ସୁଗାର ଲେବଲ ମଧ୍ୟ କମ୍‌ କରିବ ।

Smart Computer Ad
You might also like
error: Content is protected !!