ଭୂଶୁଡି ପଡିବ କି ନୀଳମାଧଵ ଙ୍କ ଅରୁଣ ସ୍ତମ୍ଭ  ? 

                ନୟାଗଡ,(ପ୍ରଭାକର ଶିରୋମଣି)

            କଣ୍ଟିଲୋ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ତହସିଲ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ କ୍ଷେତ୍ର ମନ୍ଦିର ପୂର୍ବଦ୍ୱାରରେ ପ୍ରତିଷ୍ଠିତ ଅରୁଣ ସ୍ତମ୍ଭ ବର୍ତ୍ତମାନ ଦୌଦିଲ୍ୟ ମାନ ଅବସ୍ଥାରେ ରହିଛି ଓ କେତେବେଳେ ଏବଂ କେଉଁ ମୁହୁର୍ତରେ ଭୁ ପତିତ ହୋଇ କାହାର ଧନ ଜୀବନ ଯେ ନଷ୍ଟ ନ ହେବ ତାହା କହିବା ସମ୍ଭବ ନହେଲେ ମଧ୍ୟ ପାଖରେ ବସବାସ କରୁଥିବା ପରିବାର ଆଶଙ୍କିତ ଅବସ୍ଥା ରେ ରହିଥିବା ଦେଖା ଯାଉଛି l                ସୂଚନା ଯୋଗ୍ୟ ଯେ, ହଜାର ହଜାର ବର୍ଷର ପୁରାତନ କଣ୍ଟିଲୋ ନୀଳମାଧଵ ମନ୍ଦିରକୁ ତତ୍କାଳୀନ କଂଗ୍ରେସ ସରକାର ୧୯୮୯ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟ ରେ କଣ୍ଟିଲୋ ଉପକଣ୍ଠ ରେ ଯାତ୍ରୀ ମାନଙ୍କ ପାଇଁ ଏକ ପାନ୍ଥ ଶାଳା ନିର୍ମାଣ କରି ନିରବୀ ଯାଇଥିଲେ ଯାହାକି ବର୍ତ୍ତମାନ ଏହି ପାନ୍ଥଶାଳା ଭୁଲୁଣ୍ଠିତ ହେବାକୁ ଯାଉଛି l              ଅପର ପକ୍ଷରେ ୨୦୨୨ ମସିହା ମେ ମାସରେ ପୂର୍ବତନ ବିଜେପି ସରକାର ନୀଳମାଧଵ ମନ୍ଦିର ବିକାଶ ପ୍ରକଳ୍ପ ସହିତ ଏହାର ପାରିପାର୍ଶ୍ଵିକ ଅଞ୍ଚଳ ପାଇଁ ୧୦୦ କୋଟି ଟଙ୍କା ମଂଜୁର କରିଥିଲେ କିନ୍ତୁ ଉକ୍ତ ପ୍ରକଳ୍ପରେ ସମସ୍ତ ଟଙ୍କା ବିନିଯୋଗ ହୋଇ ପାରିନଥିଲା ଓ ମନ୍ଦିର ପୂର୍ବ ଦ୍ୱାର ତଥା ସିଂହ ଦ୍ୱାର ପରିସରକୁ ପ୍ରକଳ୍ପ ରୁ ବାଦ ଦିଆଯାଇଥିଵାରୁ ସେ କାମ ବନ୍ଦ ହୋଇଗଲା ଓ ସେଥି ମଧ୍ୟରେ ଦୁର୍ବଳ ଥିବା ଅରୁଣ ସ୍ତମ୍ଭ ଖସି ପଡିବା ଅବସ୍ଥା ରେ ରହିଗଲା l ତେଣୁ ଏହାର ମରାମତି ହୋଇ ନପାରିବାରୁ ବର୍ତ୍ତମାନ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିବା ଯୋଗୁ ସମସ୍ତେ ଆଶଙ୍କିତ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି  l            ଉଲ୍ଲେଖ ଯୋଗ୍ୟ, ଏହି ପୁରାତନ ନୀଳମାଧଵ ମନ୍ଦିର ଦେଶ ସ୍ୱାଧୀନତା ପରେପରେ ରାଜ୍ୟ ପ୍ରତ୍ନ ତତ୍ୱ ବିଭାଗ ଅଧୀନରେ ରହିବା ସଙ୍ଗେ ସଙ୍ଗେ ଖଣ୍ଡପଡା ଦେବୋତ୍ତର ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ତହସିଲ ଦାର ଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୂପେ ଦାୟିତ୍ୱ ତୁଲାଇବାକୁ ନିଯୁକ୍ତି ଦିଆଯାଇ ଥିଲା l ସବୁଠାରୁ ଆଶ୍ଚର୍ଯ୍ୟ ର କଥା ରାଜ୍ୟ  ପ୍ରତ୍ନ ତତ୍ତ୍ୱ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଅନ୍ୟ

Smart Computer Ad
You might also like
error: Content is protected !!