ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାଶ):-
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଙ୍କୁ ଅଫିସ କାର୍ଯ୍ୟାଳୟରେ ପଶି ଜୀବନରେ ମାରିଦେବା ଧମକ ଆଧାର ନେଇ ଥାନାରେ କେଶ ହୋଇ ଥିଲା | ଯାହାର କେଶ ନଂ ୫୨୨/୨୦୨୫ ଓ ସେକ୍ସନ ନଂ ୧୧୫,୧୫୧(୨)୧୩୨, ୩(୫)ବି ଏନ ଏସ ଏସ(ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା)ଧାରା ଅନୁସାରେ ରେ କେସ ରୁଜୁ କରାଯାଇଥିଲା । ଏହା ପୂର୍ବରୁ ବିଜେଡି କଣ୍ଟାକ୍ଟର ମାନେ ବିନା ଟେଣ୍ଡର ରେ ନିମ୍ନ ମାନର କାର୍ଯ୍ୟ କରି ଜବରଦସ୍ତ ଭାବେ ବିଲ କରାଇବା ଓ ବିଲ ନକଲେ ଜୀବନରେ ମାରିଦେବା ଭଳି ଧମକ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଧମକ ଦେବା ମହଙ୍ଗା ପଡିଛି । ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ବିନା ଟେଣ୍ଡର ରେ କାମ ବାଣ୍ଟି କୋଟି କୋଟି ଟଙ୍କା ହାତେଇ ଚାଲି ଯାଇଥିବା ବେଳେ କଣ୍ଟାକଟର ମାନେ ଜର ବିକଳରେ ତାଟିଆ କାମୁଡିବା ନ୍ୟାୟରେ ଏବର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ବିଲ କରାଇ ଦେବାକୁ ବାଧ୍ୟ କରି ଥିଲେ | ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ଏହା ହୋଇ ପାରିବ ନାହିଁ ବୋଲି କହିବାରୁ ତିନି ଜଣ ଠିକା ଦାର ଏନଏସି ଅଫିସି ଭିତରେ ପଶି ଧମକ ଦେଇ ଥିଲେ | ଏହା ପୂର୍ବରୁ ଏନଏସିର ସୁଇପର ମାନଙ୍କୁ ଓ ବିଦ୍ୟୁତ ବିଲ ଦେବାକୁ ମଧ୍ୟ ଅର୍ଥ କିଛି ନଥିଲା | ଅଫିସ୍ ରାଜକୋଷ ଖାଲି ହୋଇଯାଇଥିଲା | ସମୟ ବଡ଼ ବଳବାନ ପାପ ର ରାତି ବେଶିଦିନ ତିଷ୍ଠି ନ ରହି ସତ୍ୟର ସକାଳ ଆସିଯାଇଥିଲା | ଯାହାକି ସେମାନଙ୍କୁ ମହଙ୍ଗା ପଡିଛି | କିଛି ରାଜନେତା ବ୍ୟକ୍ତି ବିଶେଷ ଏବଂ ଅର୍ଥ ମାଫିଆ ଚାଟୁକାର ଙ୍କ ସମସ୍ତ ଚେଷ୍ଟା ସତ୍ୱେ ଧମକ ଦେଇଥିବା ବ୍ୟକ୍ତି ମାନଙ୍କୁ ପୁରୁଷୋତ୍ତମପୁର କୋର୍ଟ କୁ ପଠା ଯାଇଥିଲା | ସେଠାରେ ସେମାନଙ୍କ ଯାମିନ ନାମଞ୍ଜୁର ହେବାରୁ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲ କୁ ଦୀପକ କୁମାର ଗୌଡ଼,ଆଶିଷ କୁମାର ମହାପାତ୍ର ଏବଂ ତାଙ୍କ ବାପା ନାରାୟଣ ମହାପାତ୍ର ଙ୍କୁ ପଠାଯାଇଛି | ଏହି ଖବର ପ୍ରଚାରିତ ହେଲାପରେ ପୁରୁଷୋତ୍ତମପୁର ସହରରେ ଖୁସିର ଲହରୀ ଖେକି ଯାଇଥିଲା | ଏହି ଘଟଣା ରେ କିଛି ବୁଦ୍ଧିଜୀବି, ଆଇନ ଜୀବି ଓ ସମାଜ ସେବୀ ଙ୍କ ମନରେ ବହୁତ ଆନନ୍ଦଦେଖା ଦେଇଛି | ସେମାନଙ୍କର ମତଯେ ସତ୍ୟ ଧର୍ମ ଓ ନ୍ୟାୟ ର ବିଜୟ ହୋଇଛି | ପାପର କେବେ ବିଜୟ କିଛି ସମୟ ରହିଥାଏ ବୋଲି କହିଛନ୍ତି | ଏହି ଘଟଣା କୁ ଲଗାତାର ଭାବେ ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ର ସାମ୍ବାଦିକ ମାନେ ଅନେକ ବିରୋଧ ସତ୍ୱେ ଏହି ଘଟଣା କୁ ବାରମ୍ବାର ପ୍ରସାରିତ କରି ଲୋକ ଲୋଚନକୁ ଆଣି ପାରିଥିଲେ ଯାହା ଦ୍ଵାରା ଲୋକଙ୍କ ମନରେ ଆଶା ଓ ଭରସା ଜାଗ୍ରତ ହୋଇଥିଲା ଯେ ଆଗାମୀ ଦିନରେ ମଧ୍ୟ ସେମାନେ ଉଚିତ ନ୍ୟାୟ ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି |
