ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):-
ବିନାୟକ ଆଚାର୍ଯ୍ୟ କଲେଜର ସୁନାମ ରହିଛି l ଏହି ମହାବିଦ୍ୟାଳୟ ନିକଟରେ ପହଞ୍ଚିବl ପାଇଁ ମୁଖ୍ୟ ରାସ୍ତାରୁ ପ୍ରାୟ ୧ କିମି ପାର ହେବାକୁ ପଡ଼ିଥାଏ l ପ୍ରତିଦିନ ଏହି ରାସ୍ତାରେ ଛାତ୍ରଛାତ୍ରୀ ଯାତାୟତ କରନ୍ତି l ସେଇଭଳି ଏହି ରାସ୍ତା ଦେଇ କଲେଜର ଖେଳ ପଡିଆକୁ ଲୋକେ ଯାତାୟତ କରୁଛନ୍ତି l ରାସ୍ତାରେ ଏବେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡି ରହୁଛି l ଏହା ଚିନ୍ତା ଜନକ ପରିସ୍ଥିତି ବୋଲି କୁହା ଗଲାଣି l କଲେଜ ରାସ୍ତାରେ ଏଭଳି ପରିବେଶକୁ ନେଇ ପ୍ରଶ୍ନ ଉଠିଛି l ଏ ଦିଗରେ ମହାନଗର ମେୟର,କମିଶନର ଦୃଷ୍ଟି ଦେଲେ ଏହାର ସମାଧାନ ହୋଇପାରନ୍ତା l ଆସନ୍ତା ଦିନରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିପରେ l
