ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଜlନିବିଲି ପ୍ରକଲ୍ପ କାର୍ଯ୍ଯ ଆହୁରି ଶେଷ ହୋଇନି l କିନ୍ତୁ ଏହାର କାର୍ଯ୍ୟାଳୟ କେଉଁ ଆଡେ ଉଭା ହୋଇଗଲାଣି l ଏହି କାର୍ଯ୍ୟାଳୟ ସମ୍ମୁଖରେ ତାଲା ଝୁଲୁଛି l କିନ୍ତୁ ଆଗରେ ଏବେ ୱାଟକୋ ବିଭାଜନ (ପ୍ରକଲ୍ପ) ଫଳକ ଲାଗିଛି l ଗୋଟେ ପଟେ କାର୍ଯ୍ୟାଳୟ ସମ୍ମୁଖରେ ତାଲା, ଅନ୍ୟ ପଟେ ବିଦ୍ୟୁତ୍ ମିଟର ର ନାଲି ବତି ଆଖି ମିଟିକା ମlରୁଛି l କାର୍ଯ୍ୟାଳୟ ଯଦି ବନ୍ଦ,ଅନ୍ୟପଟେ ଏହାର ବିଦ୍ୟୁତ୍ କେଉଁ ପଟେ ସଂଯୋଗ ରହିଛି l ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି l କାହିଁକି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉନାହିଁ ବୋଲି ଆଲୋଚନା ଚାଲିଛି l ନବୀନ ସରକାର ଥିବା ସମୟରେ ଯନ୍ତ୍ରୀ ସୀତା ରାମ ପଣ୍ଡା ଗଞ୍ଜାମ ଜିଲ୍ଲାର ମୁଖ୍ୟ ଦାୟିତ୍ୱରେ ଥିଲେ l ପ୍ରାୟ ୫୦୦ ଶହ କୋଟି ବ୍ୟୟରେ ଏହା ନିର୍ମିତ ହୋଇଥିଲା l ଏଥିରୁ କୋଟି କୋଟି ଟଙ୍କା ହରିଲୁଟ ହୋଇଛି l ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଜାଲରେ ପଡ଼ିବେ l ନୂଆ ସରକାର ଏହାର ତଦନ୍ତ ଆରମ୍ଭ କରୁଥିବା ଶୁଣିବାକୁ ମିଳୁଛି l ୨୦୪୫ ମସିହାର ଜନସଂଖ୍ୟାକୁ ନଜରରେ ରଖାଯାଇ ଏହା କାର୍ଯ୍ୟ ହୋଇଛି l ୨୦୧୬ ରେ ଏହା ଶେଷ ହେବାର ଥିଲା l କିନ୍ତୁ ଶେଷ ହୋଇପାରିଲା ନାହିଁ l ଏବେ ଏହି (ପ୍ରକଲ୍ପ)ମରାମତି ମାଗୁଛି l ଏହି କାର୍ଯ୍ୟ ଏଲ ଆଣ୍ଡ ଟି ହାତକୁ ନେଇ ଥିଲା l ସେତେବେଳର ସରକାର ଲୋକେ ୨୪ ଘଣ୍ଟା ପିଇବାକୁ ପାଣି ପାଇବେ ବୋଲି କହିଥିଲେ l
