ବିଜୁଳି ବିଭାଗ ର ଚରମ ଅବହେଳା ଯୋଗୁ ବରିଷ୍ଠ ଶ୍ରଦ୍ଧାଳୁଙ୍କ ଦୟନୀୟ ଅବସ୍ଥା : ରାଷ୍ଟ୍ରପତି ଯିବା ପର ଠାରୁ ଲିଫ୍ଟରେ ତାଲା

କଣ୍ଟିଲୋ,(ପ୍ରଭାକର ଶିରୋମଣି):-

  କଣ୍ଟିଲୋ ୬ l ୭  ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ କ୍ଷେତ୍ର ଆଜି ଶ୍ରୀ ହୀନ ହୋଇପଡିଛି l                 ସୂଚନା ଯୋଗ୍ୟ ଏହିଯେ କଣ୍ଟିଲୋ ନୀଳମାଧଵ ପୀଠର ବିକାଶ ପ୍ରକଳ୍ପ ରେ ସାମିଲ ହୋଇ କାର୍ଯ୍ୟ ଶେଷ ହେବାକୁ ବସିଥିଲା ବେଳେ ନୟାଗଡ ଜିଲ୍ଲା ବିଜୁଳି ବିଭାଗ ର ଚରମ ଅବହେଳା ଯୋଗୁ ମନ୍ଦିର ଲିଫ୍ଟ ରେ ବିଜୁଳି ସଂଯୋଗ ଦୀର୍ଘ ସାତ ପରେ ମଧ୍ୟ କରାଯାଉ ନଥିବାରୁ ବରିଷ୍ଠ ନାଗରିକ ମାନେ ମନ୍ଦିର ଉପରକୁ ଯାଇ ପାରୁ ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି l             ଉଲ୍ଲେଖ ଯୋଗ୍ୟ ଆଜି ବଡ଼ ଏକାଦଶୀରେ ମନ୍ଦିର ପ୍ରବଳ ଭିଡ଼ ହୋଇଥିବା ସମୟରେ ଭୁବନେଶ୍ୱର ରୁ ଅଖିଲ କୁମାର ମହାନ୍ତି ନାମକ ଜଣେ ୮୨ ଵର୍ଷ ବୟସ୍କ ଅବସର ପ୍ରାପ୍ତ ପଦସ୍ଥ କର୍ମଚାରୀ ନୀଳମାଧଵ ଙ୍କୁ ଦର୍ଶନ କରିବାକୁ ପରିବାର ସହିତ ଆସିଥିଲେ l ମହାମହିମ ରାଷ୍ଟ୍ରପତି କଣ୍ଟିଲୋ ଆସି ଲିଫ୍ଟ ଉନ୍ମୋଚନ କରିଥିବା କଥା ସମସ୍ତେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଜାଣିଥିଲେ କିନ୍ତୁ ଏଠାକୁ ଆସି ଲିଫ୍ଟ ଅଚଳ ଜାଣି ନିରାଶ ହୋଇ ଯେମିତି ହେଲେ ଠାକୁର ଙ୍କୁ ଦର୍ଶନ କରିବେ ବୋଲି କହିବାରୁ ସ୍ଥାନିୟ ୪ ଯୁବକ ଚୌକି ରେ ବସାଇ ଟେକି ଟେକି ନେଇଥିଲେ ଓ ଦର୍ଶନ କରିସାରି ତଳକୁ ଆଣି ଥିଲେ l  ଉକ୍ତ ବରିଷ୍ଠ ଶ୍ରଦ୍ଧାଳୁ ଙ୍କ ସହିତ ତାଙ୍କ ସହଧର୍ମିଣୀ ଇରାନୀ ମହାନ୍ତି, ପୁତ୍ର ପ୍ରୀତମ ମହାନ୍ତି ଭଉଣୀ ମୋନାଲିସା ମହାନ୍ତି ଉପସ୍ଥିତ ଥାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରାଇଥିଲେ l             କେବଳ ସେତିକି ନୁହେଁ ଅନେକ ଯାତ୍ରୀ ପାହାଚ ଚଢି ଉପରକୁ ଯାଇ ନପାରି ମନ ଦୁଃଖରେ ଫେରି ଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ନୟାଗଡ଼ ଜିଲ୍ଲା ପ୍ରଶାସନର ଏ ଦିଗରେ ମନ ଧ୍ୟାନ ଦେଉ ନଥିବାରୁ ବିଜୁଳି ବିଭାଗର ନିଦ ଭାଙ୍ଗୁନି. ବୋଲି ଶୁଣିବାକୁ ମିଳୁଛି l ଏହା ଫଳରେ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଁଚି ଥିବା ଜଣାଯାଇଛି l

Smart Computer Ad
You might also like
error: Content is protected !!