ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ ବ୍ଲକ ଲବଣଗିରି ଠାରେ ସୁନାବେଶ ଅବସରରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କୁ ସୁବର୍ଣ୍ଣ ଆଭୂଷଣରେ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ |ଶ୍ରୀଜୀଉ ମାନେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ୩ ରଥରେ ବସି ଦର୍ଶନ ଦେଲେ |ଲବଣଗିରି ଜଗନ୍ନାଥ କମିଟି ସୂଚନା ଅନୁଯାୟୀ ଶ୍ରୀଜୀଉ ମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ ସମସ୍ତ ନୀତିକାନ୍ତି ସରିଥିଲା ଏବଂ ସନ୍ଧ୍ୟା ଆରମ୍ଭରୁ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା |ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣର କିରିଟ, ଘାଗଡା ମାଳି, କାନ ଫୁଲ, କଦମ୍ବ ମାଳି,ଚନ୍ଦ୍ର ସୂର୍ଯ୍ୟ ଇତ୍ୟାଦି ଅଳଙ୍କାର ରେ ସଜା ଯାଇଥିବା ବେଳେ ଶ୍ରୀ ବଳଭଦ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ସୁବର୍ଣ୍ଣ ସୁବର୍ଣ୍ଣ କିରିଟ,ଶ୍ରୀ ପୟର, ଶ୍ରୀଭୁଜ, କୁଣ୍ଡଳ, ଓଢ଼ିଆଣି, ହଳ ମୂଷକ, ତିଳକ, ଚନ୍ଦ୍ରିକା, ଶଙ୍ଖ ଚକ୍ର ଇତ୍ୟାଦି ଅଳଙ୍କାର ରେ ଆଭୂଷଣ କରାଯାଇଥିଲା |ଆସନ୍ତାକାଲି ଅଧରପଣା ନୀତି ସରିବା ପରେ ଶ୍ରୀଜୀଉ ମାନେ ଦେଉଳ ଭିତରକୁ ପ୍ରବେଶ କରିବେ |ତେବେ ସୁନାବେଶ ଦର୍ଶନ କରିବାକୁ ଆସିଥିବା ହଜାର ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ସନ୍ଧ୍ୟା ସମୟରେ ପ୍ରସାଦ ସେବନ ଏବଂ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
