ଧାନ ଆଧାରିତ ଫସଲ ପ୍ରଣାଳୀରେ ଉତ୍ପାଦକତା ବୃଦ୍ଧି ପାଇଁ ଜଳବାୟୁ ସ୍ମାର୍ଟ କୃଷି ଅଭ୍ୟାସ ଉପରେ ତାଲିମ୍ ଶିବିର ଅନୁଷ୍ଠିତ,
ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତର ପାଲ୍ଲୀଆଁମା ଗ୍ରାମର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣ ଠାରେ କୃଷି ତାଲିମ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ତାଲିମ୍ ଶିବରରେ କେନ୍ଦ୍ରୀୟ ଧାନ ଗବେଷକ ଶାଖା କେନ୍ଦ୍ର କଟକରୁ ସିନିୟର କୃଷି ବୈଜ୍ଞାନିକ ଡ଼କ୍ଟର ଅଞ୍ଜନୀ କୁମାର, ଡ଼କ୍ଟର ସଂଗୀତା ମହାନ୍ତି ପ୍ରୋଜେକ୍ଟ ଷ୍ଟାଫ୍ ମନୋଜ ରଞ୍ଜନ ଉପସ୍ଥିତ ଥିଲେ l ଉକ୍ତ କୃଷି ତାଲିମ୍ କେନ୍ଦ୍ରକୁ ବୈଜ୍ଞାନିକ ମାନେ ଚାଷୀ ମାନଙ୍କୁ ଧାଡିବୁଣା ଧାନ ଫସଲରେ ଯକ୍ଷୟଜାନ ଓ ସାର ପ୍ରୟୋଗ ପ୍ରଣାଳୀ ଜ୍ଞାନ ଦେଇଥିଲେ l ତାହା ସହିତ ଭଲୁଣ୍ଟାରୀ କାର୍ବନ ମାର୍କେଟ ଓ କାର୍ବନ କ୍ରେଡିଟ ବିଷୟରେ ପୁଙ୍କାନୁଫୁଙ୍କ ଭାବେ ବୁଝାଇଥିଲେ l ଚାଷୀମାନଙ୍କୁ ଜଳବାୟୁ ଅନୁକୂଳ ଓ କୃଷି ପଦ୍ଧତି ବ୍ୟବହାର ପାଇଁ ଜ୍ଞାନ କୌଶଳ ଦେଖାଇଥିଲେ l ତାହାସହ କାର୍ବନ କ୍ରେଡିଟ ରୁ ମିଳୁଥିବା ଲାଭ ବିଷୟରେ ଚାଷୀକୁ ବୁଝାଇଥିଲେ l ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ଚାଷ ସମ୍ବଦ୍ଧିୟରେ ଉତ୍ତର ମଧ୍ୟ ଦେଇଥିଲେ l ଉକ୍ତ ତାଲିମ୍ ଶିବିରରେ ବାବକଳ୍ପତରୁ ପାଣି ପଞ୍ଚାୟତର ସଭାପତି ରାଜକୁମାର ବସ୍ତିଆଙ୍କ ତତ୍ୱାବଧାନ ରେ ସଭା ପରିଚାଳନା କରିଥିଲେ l ସମ୍ପାଦକ ସୁଦର୍ଶନ ନାହାକ ଗ୍ରାମର ଅଗ୍ରିଣୀ ଚାଷୀ ଅନାଦି ନାହାକ, ଡ଼ମ୍ବୁରୁ ନାହାକ, ସୁଦାମ ନାହାକ, ସୁଭାଷ ଚନ୍ଦ୍ର ନାହାକ, ଭଗବାନ ମଲ୍କିକ, ଆଦିତ୍ୟ କୁମାର ନାହାକ, ଭଗବାନ ନାହାକ, ସେନାପତି ପ୍ରଧାନ, ମହେଶ୍ୱର ନାହାକ,ଦିବାକର ପ୍ରଧାନ, ମୃତ୍ୟୁଞ୍ଜୟ ନାହାକ, ରବୀନ୍ଦ୍ର ନାଥ ନାହାକ, ଦେବରାଜ ନାହାକଙ୍କ ସମତେ ଅନେକ ଚାଷୀ ମାନେ ଚାଷୀ ତାଲିମ୍ ଶିବିରରେ ଉପସ୍ଥିତ ଥିଲେ
