ପୋଚା ଖାଦ୍ୟ ଦେବା ଯୋଗୁଁ ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରୋଡରେ ଥିବା ଏମକେ ରେଷ୍ଟୁରାଣ୍ଟ କୁ ଜୋରିମାନା

ଆର,ଉଦୟଗିରି,(ମନୋଜ ପାଢୀ):-

ପଚା ଖାଦ୍ୟ ଯଥା ବାସୀ ବିରିୟାନୀ ଦେବା ଯୋଗୁଁ ଏମକେ ରେଷ୍ଟରୁଣ୍ଟକୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜରିମାନା ଦେବାକୁ ନିର୍ଦେଶ ଦେବା ସହ ହୋଟେଲ ମାଲିକକୁ ଆଗାମୀ ଦିନରେ ଏଭଳି ପଚା ଖାଦ୍ୟ ପ୍ରଦାନ ନ କରିବା ପାଇଁ ତାଗିଦ କରାଯାଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରାସ୍ତାରେ ଥିବା ଏମକେ ହୋଟେଲକୁ ସହରର ବରିଷ୍ଠ ନାଗରିକ ରାଜେନ୍ଦ୍ର ବେହେରା ଚିକେନ ବିରିୟାନୀ ଅର୍ଡର କରି ଘରକୁ ଆଣିଥିଲେ. ଘରେ ବିରିୟାନୀ ପ୍ୟାକେଟ ଖୋଲି ଖାଇବା ବେଳେ ଦୁର୍ଗନ୍ଧ ହୋଇଥିଲା.ଏଥିରେ ରାଜେନ୍ଦ୍ର ବେହେରା ଏଭଳି ପଚା ଖାଦ୍ୟ ଦେଇଥିବା ହୋଟେଲର ମାଲିକକୁ ଯୋଗାଯୋଗ କରି ବିରିୟାନୀ ବାସି ହୋଇଥିବା ଯୋଗୁଁ ପଚି ସଢ଼ି ଦୁର୍ଗନ୍ଧ ହେଉଥିବା ଜଣାଇଥିଲେ. ହୋଟେଲ ମାଲିକ ଶ୍ରୀ ବେହେରାଙ୍କୁ କହିଥିଲେ ବିରିୟାନୀ ଠିକ ଅଛି. ବିରିୟାନୀରେ ଦିଆ ଯାଇଥିବା ଅଣ୍ଡାଟି ଖରାପ ହୋଇଯାଇଛି. ଚିକେନ ବିରି ୟାନୀ ଭଲ ଅଛି ହେଲେ ଅଣ୍ଡାଟା ଖରାପ ହୋଇ ଯାଇଛି ବୋଲି ହୋଟେଲ ମାଲିକ କହିଥିଲେ । ଖରାପ ଅଛି ବୋଲି ଜାଣିଥିବା ସତ୍ତ୍ୱେ ହୋଟେଲ ମାଲିକ କିପରି ଏଭଳି ପଚା ଖାଦ୍ୟ ଦେଇଥିଲେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମସ୍ତ ବିଷୟକୁ ନେଇ ରାଜେନ୍ଦ୍ର ବେହେରା ହ୍ବାଟ୍‌ସଅପ୍ ଗ୍ରୁପ୍‌ରେ ପୋଷ୍ଟ କରିଥିଲେ. ଯାହାକି ବିଭିନ୍ନ ସୋସିଆଲ ମିଡିଆ ଘୁରି ବୁଲିଥିଲା. ଏହାକୁ ନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ବିନୀ ବେହେରା ଏମ୍.କେ ହୋଟେଲରେ ଚଢ଼ଉ କରି ସମ୍ପୃକ୍ତ ଘଟଣା ନେଇ ହୋଟେଲ ମାଲିକଙ୍କୁ ୫ ହଜାର ଟଙ୍କା ଜରିମାନା ନିର୍ଦେଶ କରିବା ସହ ଆଗାମୀ ଦିନରେ ଏଭଳି ପଚା ଖାଦ୍ୟ ଲୋକଙ୍କୁ ପ୍ରଦାନ ନ କରିବା ପାଇଁ ତାଗିଦ କରିଥିଲେ ।

You might also like
error: Content is protected !!