ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସଂପାନ,ଭାଷା ନନ୍ଦିଘୋଷର ସାରଥୀ

ଆର,ଉଦୟଗିରି(ମନୋଜ ପାଢୀ):-

ଭାଷା ହେଉଛି ନନ୍ଦିଘୋଷର ସାରଥୀ।ଓଡ଼ିଆ ଭାଷାର ସମୃଦ୍ଧ ପରମ୍ପରା ରହିଛି। ଏହା ଏକ ଶାସ୍ତ୍ରୀୟ ମାନ୍ୟତା ପୂର୍ଣଭାଷା।ଯେଉଁ ଜାତିର ଭାଷା ସମୃଦ୍ଧ,ସେହି ଜାତି ସେତେ ସମୃଦ୍ଧ ଓ ଦୀର୍ଘସ୍ଥାୟୀ ବୋଲି ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଭାଷା ସମ୍ପର୍କିତ ସଂପାନ ରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରଣବାନନ୍ଦ ପାଟଯୋଶୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ପର୍ଯାୟ ଆଲୋଚନା ଚକ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରଫେସର ଡକ୍ଟର ସଦାନନ୍ଦ ନାୟକ ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ଆଲୋଚକ ଭାବେ ବିଶିଷ୍ଠ ସାହିତ୍ୟିକ ଡକ୍ଟର କୁଳମଣି ଓଝା,ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ, ଡ଼ିଆରଡ଼ିଏ ପାରଳାଖେମୁଣ୍ଡି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପୃଥ୍ୱୀରାଜ ମଣ୍ଡଳ ଏବଂ ଭାଷା ପ୍ରତିଷ୍ଠାନର ବିତ୍ତ ପ୍ରଶାସକ ଡକ୍ଟର କ୍ଷେତ୍ରବାସୀ ମାନସେଠ ଯୋଗଦେଇଥିଲେ। ଉଦଯାପନୀ ପର୍ବରେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁର ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରହିତ୍ୟ କରି ପ୍ରାଥମିକ ସ୍ତରରୁ ସମସ୍ତେ ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ ପ୍ରଦାନ କଲେ ଆମ ଭାଷା ସମୃଦ୍ଧ ହୋଇପାରିବ ବୋଲି ମତ ପୋଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ସୁଶାନ୍ତ ଦାସ, ମୁଖ୍ୟବକ୍ତା ଭାବେ କ୍ଷେତ୍ରବାସୀ ମାନସେଠ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ପରିଚାଳନା କରିଥିଲେ। ଶେଷରେ ସମସ୍ତ ଅତିଥିଙ୍କୁ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ

You might also like
error: Content is protected !!