ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଶୁକ୍ରବାର ଲବଣଗିରି ପାହାଡ଼ ଉପରୁ ଦେଉଳରୁ ବାହାରି ରଥରେ ବସି ମାଉସୀ ଘରକୁ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି |ପାଞ୍ଚଗାଁ ସ୍ଥିତ ମାଉସୀ ମା ମନ୍ଦିର ଆଡପ ମଣ୍ଡପରେ ଭାଇ ଭଉଣୀ ସହ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ | ରଥଯାତ୍ରା ସଂପର୍ଣ୍ଣ ହେବା ପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଆଡପ ମଣ୍ଡପ କୁ ବିଜେ କରିଛନ୍ତି ।
ଆଜି ସକାଳେ ରଥ ଉପରେ ମହାପ୍ରଭୁ ଙ୍କର ଦୈନଦିନ ନୀତି ମଙ୍ଗଳା ଆଳତୀ, ଅବକାଶ, ବେଶ ଲାଗି, ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସଂନ୍ଧ୍ୟା ଆଳତୀ ଓ ସଂନ୍ଧ୍ୟା ଧୂପ ସରିବା ପରେ ଚାର ମାଳ ବନ୍ଧାଯିବା ସହ ରଥରୁ ଅଶ୍ୱ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା ।ପରେ ପରେ ଚକ୍ରରାଜ୍ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଙ୍କୁ ପହଣ୍ଡି ବିଜେ କରାଯାଇ ଆଡପ ମଣ୍ଡପକୁ ନିଆଯାଉଛି।ମନ୍ଦିରରେ ବର୍ଷତମାମ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳିନଥାଏ ଆଡପ ମଣ୍ଡପରେ ବହୁତ ପୁଣ୍ୟ ମିଳିଥାଏ ବୋଲି କଥିତ ଅଛି।