ବ୍ରହ୍ମପୁର,(ବିଚିତ୍ର ସାହୁ);-
ପବିତ୍ର ରଥ ଯାତ୍ରା କୁ ଦୃଷ୍ଟିରେ ରଖି ଆମ୍ବପୂଆ ମାରୁତି ନଗର୍ ନିବାସୀ ନୀଳମାଧବ ପଣ୍ଡା ଓ ନକ୍ଷତ୍ର ମାଳା ପଣ୍ଡା ଙ୍କ କନ୍ୟା ତଥା ପାରଳା ମହାରାଜ ଇଞ୍ଜିନିୟରିଂ କଲେଜ ର ଶେଷ ବର୍ଷ ଇଞ୍ଜିନିୟରିଂ ଛାତ୍ରୀ ମନିଷା ପଣ୍ଡା ପୁଣି ଥରେ ପ୍ରଭୁ ଜଗନ୍ନାଥ ଙ୍କ କଳା କୃତି ପ୍ରସ୍ତୁତ କରି ପ୍ରଶଂସିତ ହୋଇଛନ୍ତି । ମନିଷା ପ୍ରଭୁ ଜଗନ୍ନାଥ ଙ୍କ ୧୬ ପ୍ରକାର ବେଶ ନିଜର କଳାକୃତି ଭାବେ ପ୍ରସ୍ତୁତ କରିଛନ୍ତି । ଏପରି କଳା କୃତି ମାଧ୍ୟମରେ ସେ ସର୍ବ ମଙ୍ଗଳ କାମନା କରିବା ସହ ସଭିଙ୍କୁ ରଥ ଯାତ୍ରାର ଶୁଭ କାମନା ଜଣାଇଛନ୍ତି । ମନିଷା ଜଗନ୍ନାଥଙ୍କ ଅବକାଶ ଭେଶ ସହ ବାଙ୍କଚୂଡ଼ା, ନାଗାର୍ଜୁନ, ଛଛେରି , ଗଜାନନ, ବଳି ବାମନ, ପଦ୍ମ, ତିବିକ୍ରମ୍, ନବାଙ୍କ,ଟାହିଆ ଲାଗି, ଲକ୍ଷ୍ମୀ ନୃସିଂହ,ଗିରି ଗୋବର୍ଦ୍ଧନ, ନବ ଯୌବନ, ଚନ୍ଦନ ଲାଗି, କାଳିଆ ଦଳନ, ଏବଂ ସୁନା ବେଶ ତଥା ରାଜ ରଜେଶ୍ୱର ବେଶ୍ କରିଛନ୍ତି ।ସେ କାର୍ଡବୋର୍ଡ ରେ କିଛି ପ୍ରାକୃତିକ ରଙ୍ଗ ତଥା ହଳଦି, ଚନ୍ଦନ ଏବଂ ସିନ୍ଦୂର ର ରଙ୍ଗ ବ୍ୟବହାର କରି ଏପରି ଜଗନ୍ନାଥ ଙ୍କ କଳାକୃତି କରି ପ୍ରଶଂସିତ ହୋଇଛନ୍ତି ।ପିଲାଟି ବେଳୁ ସେ ଜଗନ୍ନାଥ ଙ୍କ ଭକ୍ତ ଅଟନ୍ତି । ଏପରି କଳାକୃତି ପ୍ରସ୍ତୁତ କରି ସେ ଖୁସି ମନେ କରିବା ସହ ଜଗନ୍ନାଥ ଙ୍କୁ ସ୍ମରଣ କରି ଥାଆନ୍ତି । ପୂର୍ବରୁ ମଧ୍ୟ ସେ ବହୁ କିସମର ଜଗନ୍ନାଥ ଙ୍କ ଚିତ୍ର ଆଙ୍କି ଛନ୍ତି । ଏପରି କଳାକୃତି ଲାଗି ତାଙ୍କ ପିତା ମାତା ଓ ଭଉଣୀ ଉତ୍ସାହ ଯୋଗାଇ ଦିନ୍ତି ବୋଲି ମନିଷା କହିଛନ୍ତି।