ନୟାଗଡ(ପ୍ରଭାକର ଶିରୋମଣି):-
କଣ୍ଟିଲୋ ନୀଳମାଧଵ ମହାବିଦ୍ୟାୟ ପରିସରରେ ପ୍ରତି ଵର୍ଷ ଭଳି ଚଳିତ ଵର୍ଷ ଜୁନ ୨୧ ତାରିଖରେ ଆନ୍ତର୍ଯ୍ୟାତିକ ଯୋଗ ଦିବସ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ କଲେଜ ଅଧ୍ୟକ୍ଷl ଡ଼. ନନ୍ଦିତା ବାରିକଙ୍କ ପୌରହିତରେ ଏହି ଶିବିର ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରି ମଣିଷ ପ୍ରତି ଦିନ ଯୋଗ ଅଭ୍ୟାସକରି ଆଗେଇ ଚାଲିଲେ ନିରାମୟ, ନିରୋଗ ସ୍ୱାସ୍ଥ୍ୟବାନ ହୋଇ ଦୀର୍ଘ ଜୀବି ହୋଇ ପାରିବ ବୋଲି କହିଥିଲେ l
ଏହି ଯୋଗ ଦିବସ ଅବସର ରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇ ପିଲା ମାନଙ୍କୁ କେତେକ ଯୋଗ ଶିକ୍ଷା ଦାନ କରି ଉତ୍ସାହିତ କରି ଏହି ଅଭ୍ୟାସ ନିଜ ନିଜ ଘର ମାନଙ୍କରେ ଜାରି ରଖିବାକୁ ଉପଦେଶ ଦେଇଥିଲେ l ଏହି ଶିବିର ରେ ଓଡ଼ିଆ ଅଧ୍ୟାପକ ଡ଼. ନିରୋଦ କୁମାର ମନ୍ତ୍ରୀ କ୍ରୀଡା ଅଧ୍ୟାପକ ଅଶୋକ କୁମାର ବେହେରା, ଅଧ୍ୟାପକ ହୃଷିକେଶ ମିଶ୍ର, ସଂସ୍କୁତ ବିଭାଗ ଅଧ୍ୟାପିକା ସରଳା ବେହେରା ଓ ଦିଲ୍ଲୀପ କୁମାର ସାହୁ ( ରାଧା ) ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ସମୟ ଧରି ବିଭିନ୍ନ ଯୋଗ ର ଆସନ ଶିଖାଇଥିଲେ