କନ୍ଧମାଳ,୨୩/୦୬[ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ସ୍ଥିତ ୧୩୬ ବିଏସଏଫ ବାଟାଲିୟନ ତରଫରୁ ବାରଖମା ଓ଼ ଗଡ଼ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଏଥିରେ ବିଏସଏଫ କର୍ମଚାରୀ ନିର୍ମଳ ଚନ୍ଦ୍ର ଦାସ




ଓ଼ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଙ୍କେଶ୍ୱର କହଁର ଉପସ୍ଥିତ ରହି ଯୋଗ ମାଧ୍ୟମରେ ମଣିଷ ମାନସିକ ଚାପ, ଅବସାଦ ଓ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ । ଯୋଗର ଉପକାରିତା ବିଷୟରେ ଅବଗତ ହୋଇ ଏହାକୁ ଜୀବନର ଅଂଶ କରିବା ପାଇଁ ସେ ଉପସ୍ଥିତ ଛାତ୍ର ମାନଙ୍କୁ ଆହ୍ବାନ ଦେଇଥିଲେ l