ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ୫୬ ତମ ଶାଖା ଉଦଘାଟନ

ବାଲିଗୁଡା,୨୩/୦୬:(ସୁକାନ୍ତ କୁମାର ତ୍ରିପାଠୀ]ରାଷ୍ଟ୍ର ନିର୍ମାଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ଏହାର ଉପସ୍ଥିତିକୁ ସୂଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ବ୍ରହ୍ମପୁର ସର୍କଲର ୫୬ ତମ ଶାଖା ସୋମବାର ଉଦଘାଟନ କରିଛି। ବ୍ରହ୍ମପୁରର ସର୍କଲ ମୁଖ୍ୟ ପ୍ରତାପ କୁମାର ବୈରିଗଞ୍ଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱରର ଜୋନାଲ ମ୍ୟାନେଜର ଭୂଷଣ ଶର୍ମା ଯୋଗଦେଇ ଦୀପ ଧୂପ ପ୍ରଜ୍ଳଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଲମ୍ବୋଦର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସର୍କଲ ମୁଖ୍ୟ ଶ୍ରୀ ବୈରିଗଞ୍ଜନ ପିଏନବିର ଐତିହ୍ୟ ଉପରେପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ୫୬ ତମ ଶାଖା ଉଦଘାଟନ ଆଲୋକପାତ କରି ବାଲିଗୁଡ଼ା ଅଞ୍ଚଳର ବାସିନ୍ଦାଙ୍କୁ ସର୍ବୋତ୍ତମ ଗ୍ରାହକ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ଶର୍ମା ବୈଠକରେ ଉପସ୍ଥିତ ଜନସାଧାରଣଙ୍କୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଜଡିତ ହେବାକୁ ଆହ୍ୱାନ କରିବା ସହ ସମ୍ପତ୍ତି ଏବଂ ଜମା କ୍ଷେତ୍ରରେ ଅନେକ ସେବା ପ୍ରଦାନ କରୁଥିବା ବିଷୟ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଜନସାଧାରଣଙ୍କୁ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ , କାରଣ ପିଏନବିର ୧୩୦ ବର୍ଷରୁ ଅଧିକ ପୁରୁଣା ଐତିହ୍ୟ ରହିଛି ଯାହା ବ୍ୟାଙ୍କିଙ୍ଗ ଶିଳ୍ପରେ ସର୍ବୋତ୍ତମ ଗ୍ରାହକ ସେବା ପ୍ରଦାନ କରୁଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଶାଖା ପରିଚାଳକ ସତ୍ୟ ନାରାୟଣ ସାହୁ, କୋଷାଧକ୍ଷ ପ୍ରତାପ କୁମାର ମୁଦୁଲି, ଅଫିସର ଦୀପ୍ତିମୟୀ ପ୍ରଧାନୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବର୍ଗର ଶତାଧିକ ଗ୍ରାହକ ଉପସ୍ଥିତ ଥିଲେ।

You might also like
error: Content is protected !!