ମିଶନ ସ୍କୁଲ ପରିସର ରେ ବିଶ୍ୱ ଯୋଗ ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ମିଶନ ସ୍କୁଲ ତରଫରୁ ସ୍କୁଲ ପରିସର ରେ ୧୧ ତମ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଛାତ୍ର ଛାତ୍ରୀ ଓ ସ୍କୁଲ ର ସମସ୍ତ କର୍ମଚାରୀ ଏହି ମହାନ ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ କରନ୍ତି । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଯୋଗ,ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ପାଇଥାନ୍ତି | ଯୋଗ ଶବ୍ଦଟି ସଂସ୍କୃତ ମୂଳ “ଯୁଜ” ରୁ ଆସିଛି, ଯାହାର ଅର୍ଥ “ସଂଯୋଗ କରିବା”, ଯାହା ଶରୀର, ମନ ଏବଂ ଆତ୍ମାର ମିଶ୍ରଣକୁ ଦର୍ଶାଏ। ଏହା ବିଶ୍ୱ ସହିତ ଆଭ୍ୟନ୍ତରୀଣ ସନ୍ତୁଳନତା ଏବଂ ସମନ୍ୱୟ ସହିତ, ମନକୁ ଶାନ୍ତ କରିଥାଏ । ଏହି କାର୍ଯ୍ୟକ୍ରମ ରେ ସ୍କୁଲର କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତେ ବ୍ୟାୟାମ କରି ବହୁତ ଖୁସି ହୋଇଥିଲେ

You might also like
error: Content is protected !!