ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ପୁରୁଷୋତ୍ତମପୁର ବ୍ଳକ ତରଫରୁ ବ୍ଳକ ପରିସର ରେ ୧୧ ତମ ବିଶ୍ୱ ଯୋଗ ଦିବସ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ମୁଖ୍ୟ ଯେଇ ନାଗ ଭୂଷଣ ଯାଦବ ଙ୍କ ସହ ସମସ୍ତ ଯେଇ ପିଓ, ଜିପିଓ ମୀନ କେତନ ବେହେରା, ଡେଭିପଲାପ ବିଭାଗ ଅଧିକାରୀ ମିନକେତନ ପାଢ଼ୀ, ବିଏସ ଏସ ଓ କାହ୍ନୁ ଚରଣ ସୋରେନ, ବ୍ଲଜ ହେଡ଼ କ୍ଲର୍କ ଙ୍କ ସହିତ ସମସ୍ତ ଷ୍ଟାଫ, ସମନ୍ୱିତ ଶିଶୁ ବିକାଶ ବିଭାଗ ହେଡ଼ କ୍ଲର୍କ, କିଛି ସୁପର ଭାଇଜର, ସ୍ଥାନୀୟ ଯୋଗ ଗୁରୁ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଯୋଗ କରାଯାଇଥିଲା | ଏହି ମହାନ ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ । ଯୋଗ,ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ପାଇଥାନ୍ତି | ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତି ଦାବୀ କରେନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଥିଲା । ଯୋଗ ଶବ୍ଦଟି ସଂସ୍କୃତ ମୂଳ “ଯୁଜ” ରୁ ଆସିଛି, ଯାହାର ଅର୍ଥ “ସଂଯୋଗ କରିବା”, ଯାହା ଶରୀର, ମନ ଏବଂ ଆତ୍ମାର ମିଶ୍ରଣକୁ ଦର୍ଶାଏ। ଏହା ବିଶ୍ୱ ସହିତ ଆଭ୍ୟନ୍ତରୀଣ ସନ୍ତୁଳନତା ଏବଂ ସମନ୍ୱୟ ସହିତ, ମନକୁ ଶାନ୍ତ କରିଥାଏ ଏବଂ ଏହାକୁ ବିଭ୍ରାନ୍ତିରୁ ମୁକ୍ତ କରିଥାଏ। ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବ୍ଲକର କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତେ ବ୍ୟାୟାମ କରି ବହୁତ ଖୁସି ହୋଇଥିଲେ