କନ୍ଧମାଳ,୨୧/୦୬[ସୁକାନ୍ତ କୁମାର ତ୍ରିପାଠୀ]ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଆଜି ସକାଳ ୬ଟାରୁ ସମବେତ ପ୍ରାର୍ଥନା ଗାନ ସହ ହରିତ୍ ଯୋଗ ଦିବସ ପାଳନ ହୋଇ ଯାଇଛି।ଉକ୍ତ ଅନ୍ତର୍ଜାତୀୟ ଦିବସ ଅବସରରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ କାଉନସେଲର ଦଣ୍ଡପାଣି ଭୂୟାଁ ଜାତୀୟ ସେବା ଯୋଜନା

କାର୍ଯ୍ୟକ୍ରମ ଅଧିକାରିଣୀ ଅରୁନ୍ଧତୀ ପ୍ରଧାନ ଅଧିକାରୀ ହମନ୍ ଦିବାକା ଶୈକ୍ଷିକ ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା ବାଣିଜ୍ୟ ବିଭାଗ ମୁଖ୍ୟ ସରୋଜ କୁମର ପାଠୀ ଯୋଗ ପ୍ରଶିକ୍ଷିକା ମିସ୍ ତନୁଜା ଅଂଶ ଗ୍ରହଣ କରିଥିଲେ।ମହାବିଦ୍ୟାଳୟର ସମସ୍ତ ଶିକ୍ଷକଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଛାତ୍ରାବାସ ଓ ଛାତ୍ରୀନିବାସର ଅନ୍ତେବାସୀ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।