ଅବସର କାଳୀନ ବିଦାୟ ସଭା 

ଆର,ଉଦୟଗିରି(ମନୋଜ ପାଢୀ):-

ଆଜି ମହେନ୍ଦ୍ରଗଡ କୋଲନୀ ଠାରେ ଥିବା ଆରୋଗ୍ୟ କେନ୍ଦ୍ରରେ ଏକ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି ଆର,ଉଦୟଗିରି(ମନୋଜ କୁମାର ପାଢୀ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ANM ଜ୍ୟୋସ୍ନା ରାଣୀ ମହାନ୍ତି 1999 ମସିହା ରେ ଏହି କେନ୍ଦ୍ରରେ କାର୍ଯ୍ୟରେ ଯୋଗ ଦେଇ ଥିଲେ । ସେହି ଦିନ ଠାରୁ ଆଯ ପର୍ଯ୍ୟନ୍ତ ନିଷ୍ଠା ଓ ସ୍ୱାର୍ଥ ପର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଯାହାକି ଆଜି ତାଙ୍କରି ଅବସର କାଳୀନ ସଭାରେ ସମସ୍ତ ଆଶା, ମେଲ ୱର୍କର୍, ଓ ସିଏଚ୍ଓ ସମସ୍ତଙ୍କ ମୁହଁରୁ ତାଙ୍କରି ଗୁଣ ଗାନ ହୋଇଥିଲା । ସମସ୍ତଙ୍କ ମୁଁହ ରେ ଶୋକର ଲହରୀ ବାରି ହୋଇପଡୁଥିଲା । ଦୀର୍ଘ ବର୍ଷର ଚାକିରି କାଳରେ ସମସ୍ତ କର୍ମଚାରୀ ମାନଙ୍କୁ ଉତ୍ତମ ବ୍ୟବହାର ରେ ବାନ୍ଧି ରଖିଥିବା ସହ ଅଞ୍ଚଳର ଲୋକମାନଙ୍କ ସହ ଏକ ପ୍ରକାର ପାରିବାରିକ ସମ୍ପର୍କ ରଖିଥିବାରୁ ଆଜି ମହେନ୍ଦ୍ରଗଡ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଚି । ଦୀର୍ଘ 26 ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବାରୁ ଆଜି ଲୋକଙ୍କ ମନରେ ଏକ ପ୍ରକାର ପ୍ରଶ୍ନ ସୃଷ୍ଠି ହେଉଛିକି ଆଗାମୀ ଦିନରେ ତାଙ୍କରି ସ୍ଥାନ କିଏ ପୂରଣ କରିପାରିବେ ତ ?? ସମସ୍ତ ଆଶା କର୍ମୀ ମାନଙ୍କ ତରଫରୁ ଛୋଟ ଛୋଟ ଉପହାର ଦେଇଥିଲେ । ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ ତଥା ମହେନ୍ଦ୍ରଗ ଡ ନାୟବ ସରପଞ୍ଚ ଉତ୍ତମ ମାଝୀ , CHO ଅଶୋକ କୁମାର ଧୁଙ୍ଗିଆ ,ମେଲ ୱର୍କର୍ ଚିତ୍ତରଞ୍ଜନ ସାହୁ ଉପସ୍ଥିତ ରହି ଏହି ଅବସର କାଳୀନ ସଭାକୁ ସାଫଲ୍ୟ କରିଥିଲେ

You might also like
error: Content is protected !!