ଶଙ୍କରାଖୋଲକୁ ନୂତନ ବ୍ଲକ ଗଠନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ବାଲିଗୁଡା,୧୯/୦୬[ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲକୁ ନୂତନ ବ୍ଲକ ଗଠନ କରିବାକୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ବାଲିଗୁଡା ଉପ ଜିଲ୍ଲାପାଳ ଡା.ରୀନା ପ୍ରଧାନଙ୍କୁ ଭେଟି କିଛି ସମୟ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି | ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଯାହା କି, ତହସିଲ ଠୁ ଆରମ୍ଭ କରି କୃଷି, ଶିକ୍ଷା , ଅଗ୍ନିଶମ, ଥାନା ପାଇଁ ୪୦ କିମି ଦୂର ଚକାପାଦ ବ୍ଲକ ଯିବାକୁ ପଡୁଛି ଫଳରେ ୭ ପଞ୍ଚାୟତ ବାସୀ ଅସୁବିଧା ଭୋଗୁଛନ୍ତି l ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇବାକୁ ହେଲେ ବ୍ରାହ୍ମଣପାଦରେ ଥ‌ିବା ମେଡିକାଲ ଯିବାକୁ ପଡୁଛି। ବ୍ରହ୍ମପୁର ଠାରୁ ଫୁଲବାଣୀ ୧୫୭ ନଂ. ଜାତୀୟ ରାଜପଥରେ ପଡୁଥିବା ଶଙ୍କରାଖୋଲ ମଧ୍ୟ ମୁଖ୍ୟ ସ୍ଥଳୀ ହୋଇଥିବା ସହ ସମସ୍ତ ଅଞ୍ଚଳ କୁ ଗମନାଗମନର ସୁବିଧା ଥିବା ଦୃଷ୍ଟି କୋଣରୁ ଶଙ୍କରାଖୋଲକୁ ନୂତନ ବ୍ଲକ ଗଠନ କରିବାକୁ ପାଇଁ ଜନସାଧାରଣ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସଭାପତି ଚିତ୍ର କହଁର, ଉପସଭାପତି ସର୍ବେଶ୍ବର କହଁର, ବିଷ୍ଣୁ ଦିଗାଲ, ସମ୍ପାଦକ ଅଶୋକ କହଁର, କୋଷାଧକ୍ଷ ଭାବଗ୍ରାହୀ ପ୍ରଧାନ, ସମିତିସଭ୍ୟ କିରାପ ପ୍ରଧାନ, ସଦସ୍ୟ ଭଞ୍ଜକିଶୋର ପ୍ରଧାନ, ଛାଟିଆ ବେହେରା, ଗୋବିନ୍ଦ ଅମାତ୍ୟ, ଆକାଶ ବଗର୍ତ୍ତୀ ସୁମନ କହଁର ପ୍ରମୁଖ ଉପସ୍ଥିତ ଥ‌ିଲେ I

You might also like
error: Content is protected !!