ହାଟପଦା ମାର୍କେଟରେ ଟିଣ ଭାଙ୍ଗି କଂସା ବାସନ ଦୋକାନରୁ ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି

ବାଲିଗୁଡା,୧୯/୦୬:(ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ସ୍ଥିତ ହାଟପଦା ମାର୍କେଟରୁ ବୁଧବାର ବିଳମ୍ବିତ ରାତିରେ ନିତ୍ୟାନନ୍ଦ ନାୟକ ଙ୍କ କଂସା ବାସନ ଦୋକାନରୁ ଏକ ଦୃର୍ବୁତ୍ତ ଦୋକାନ ଗୃହର ଉପର ଟିଣ ଛପର ଭାଙ୍ଗି ଦୋକାନରେ ପଶି ସୋକେଶ ଡ୍ର ରେ ଥିବା ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସହ ଦୋକାନ ରେ ଥିବା ବିଭିନ୍ନ ନାମୀ ଦାମୀ କଂସା ବାସନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଶ୍ରୀ ନାୟକ। ପ୍ରକାଶ ଯେ, ଗୁରୁବାରହାଟପଦା ମାର୍କେଟରେ ଟିଣ ଭାଙ୍ଗି କଂସା ବାସନ ଦୋକାନରୁ ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି ସକାଳୁ ଦୋକାନ ମାଲିକ ନିତ୍ୟାନନ୍ଦ ଦୋକାନ ଖୋଲିବା ପରେ ଟିଣ ଭାଙ୍ଗିବା ସହ ଦୁର୍ବୁର୍ତ୍ତ ଚୋରୀ କରିବା ପରେ ସିସି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ l ପରେ ପରେ ବାଲିଗୁଡା ଥାନା ରେ କେଶ ନଂ. ୧୮୬/୨୫ ପ୍ରକାରେ ଏତଲା ଦାଏର କରିଥିଲେ l ଏତଲା କୁ ଭିର୍ତ୍ତି କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୋକାନର ସିସି କ୍ୟାମେରା ଫୁଟେଜ ଦେଖିବା ପରେ ତଦନ୍ତ ଅବ୍ୟାହତ ରଖିଛି।

You might also like
error: Content is protected !!