ସାଂସଦ ପ୍ରତିନିଧି ସ୍ୱୀକୃତି ପତ୍ର ବିଡ଼ିଓ ଙ୍କୁ ପ୍ରଧାନ

କୁକୁଡାଖଣ୍ଡି,ଇ.ରଞ୍ଜନ

କୁକୁଡାଖଣ୍ଡି ବ୍ରହ୍ମପୁର ସାଂସଦଙ୍କ ନୂତନ ପ୍ରତିନିଧି ଦକ୍ଷିଣପୁର ସମବାୟ ସନ୍ତୋଷ କୁମାର ଚୌଧୁରୀ ଆଜି କୁକୁଡାଖଣ୍ଡି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ପୋଲ୍ଲବୀ ସ୍ୱାଇଁ ଙ୍କୁ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପକ୍ଷରୁ ଶ୍ରୀ ଚୌଧୁରୀ ଙ୍କୁ ପ୍ରତିନିଧି ସ୍ୱୀକୃତି ପତ୍ର ପ୍ରଧାନ କରାଯାଉଥିବା ପତ୍ର କୁ ବିଡ଼ିଓ ଙ୍କୁ ଦାବିପତ୍ର ହସ୍ତାନ୍ତର କରିଛନ୍ତି l ଶ୍ରୀ ପାଣିଗ୍ରାହୀ ପୂର୍ବରୁ କୁକୁଡାଖଣ୍ଡି, ରଙ୍ଗେଈଲୁଣ୍ଡା ଏବଂ ଗୋପାଳପୁର ଏନ.ଏସି ନିମନ୍ତେ ନୂତନ କର୍ମକର୍ତା ଙ୍କୁ ନିଜ ପ୍ରତିନିଧି ଭାବେ ବିଭିନ୍ନ ବ୍ଲକ ଏବଂ ଏନ. ଏସି ରେ ନିଯୁକ୍ତ କରିଛନ୍ତି l କୁକୁଡାଖଣ୍ଡି ପ୍ରତିନିଧି ଭାବେ ସନ୍ତୋଷ ଚୌଧୁରୀଙ୍କୁ ଦାୟିତ୍ୱ ପ୍ରଧାନ କରିଛନ୍ତି ସେ ପୂର୍ବରୁ ବିଧାୟକ ସ୍ବର୍ଗତ ସୂର୍ଯ୍ୟ ପାତ୍ର ପ୍ରତିନିଧି ଭାବେ ନିଜ ଦାୟିତ୍ୱ ସୁଚାରୁରୂପେ ସମ୍ପର୍ଣ୍ଣ କରିଛନ୍ତି l ଶ୍ରୀ ଚୌଧୁରୀ କହିଛନ୍ତି ସାଂସଦ ଶ୍ରୀ ପାଣିଗ୍ରାହୀ ତାଙ୍କ ଉପରେ ଅସ୍ଥା ପ୍ରକଟ କରି ବିଜେପି ସଙ୍ଘଟନ ସହ ବ୍ଲକ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଅଗ୍ରଗତି କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି l ଏହି ଅବସରରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ଙ୍କୁ ନୂତନ ଭାବେ ପ୍ରତିନିଧି ଚୟନ ହୋଇଥିବା ଶ୍ରୀ ଚୌଧୁରୀ ସାଂସଦ ଙ୍କୁ ସାଧୁବାଦ ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ରଙ୍ଗେଈଲୁଣ୍ଡା ପ୍ରତିନିଧି ଗଙ୍ଗାଧର ପାତ୍ର, ଅନିଲ କିଶୋର, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ବିକ୍ରମ ପଣ୍ଡା, ସାରଥୀ ଗୌଡ଼,ଭାରପ୍ରାପ୍ତ ଅଧକ୍ଷା ବିଷ୍ଣୁପ୍ରିୟା ପାତ୍ର,ଦିଲ୍ଲୀପ ପାତ୍ର,ରଜତ ପାତ୍ର,ଯତୀନ୍ଦ୍ର ପାତ୍ର, ଙ୍କ ସମେତ ବହୁ ମଣ୍ଡଳର କର୍ମକର୍ତ୍ତା ମାନେ ଯୋଗଦେଇ ଶ୍ରୀ ଚୌଧୁରୀ ଙ୍କୁ ହାତ ମୁଠା କୁ ଟାଣ କରିବା ସଂକଳ୍ପ ନେଇଥିଲେ

You might also like
error: Content is protected !!