ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ।

ଆର,ଉଦୟଗିରି,(ମନୋଜ ପାଢୀ)

ଗଜପତି – ଲୀନ୍ସ ଫୋୖଣ୍ଡସନ ଅନୁଷ୍ଠାନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଏଙ୍ଗରସୀଙ୍ଗି ପଞ୍ଚାୟତର ସିଂଭୂୟାସାହି ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସିସିଡି ନିର୍ଦ୍ଦେଶକ ଜଗନ୍ନାଥ ରାଓ ଶୁଭ ଉଦ୍ଘାଟନ କରିଥିବା ବେଳେ ଉପାନ୍ତ ଅଞ୍ଚଳର ଲୋକେ ସାଧାରଣ ଲୋକେ ସ୍ବାସ୍ଥ୍ୟ ଓ ଶିକ୍ଷା ରୁ ବଞ୍ଚିତ ନ ହେବାପାଇଁ ଏହା ଏକ ପ୍ରୟାସ ଏବଂ ଏହି ପ୍ରୟାସ ଜାରିରହିବ ବୋଲି କହିଛନ୍ତି । ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଅନେକ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ।

ଶ୍ରୀକାକୁଲମ ଜିଲ୍ଲାର ଯେମ୍ସ ହସ୍ପିଟାଲର ଏକ ଡ଼ାକ୍ତର ଦଳ ଭେଷଜ, ଚକ୍ଷୁ ବିଭାଗୀୟ ଡ଼ାକ୍ତର ମାନେ ଯୋଗଦେଇ ରୋଗୀଙ୍କ ରୋଗ ଚି଼ହ୍ନଟ କରିବା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ଅନେକ ରୋଗରୁ ଦୂରେଇ ରହିହେବ ଓ କିଛିବି ଅସୁବିଧା ହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ଓ ସରକାରଙ୍କ ମାଗଣା ଔଷଧ ବ୍ୟବହାର କରିବା ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ବ୍ୟବହାର ନ କରିବା ଏବଂ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା ଇତ୍ୟାଦି ପରାମର୍ଶ ଦେଇ ସଚେତନ କରାଇଥିଲେ।

  ଏହି କାଯ୍ୟକ୍ରମକୁ ଏଫ. ଏଫ. ଭି. ଡି. ପି (FFVDP) ପ୍ରୋଗ୍ରାମର ଆଞ୍ଚଳିକ ପ୍ରୋଗ୍ରାମ ମେନେଜେର ବିଜୟ ପ୍ରଧାନ ପରିଚାଳନା କରିଥିବା ବେଳେ ଓ ମମତା ପାତ୍ର (ପ୍ରୋଜେକଟ ଅଫିସର) ସହୋଯୋଗ କରିଥିଲେ।

ଏହି ସ୍ୱାସ୍ଥ୍ୟ ଶିବିରରେ ସହେପଚାଶ ରୁ ଅଧିକ ରୋଗୀ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଓଷଧ ନେଇ ଉପକୃତ ହେବା ସହ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅନୁଷ୍ଠାନକୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ଓ ଦେଶାଇ ଅନୁଷ୍ଠାନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି

You might also like
error: Content is protected !!